Latest Odisha News

BREAKING NEWS

ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର, ନିଶା ବେପାରୀଙ୍କ ଉପରେ ନଜର

ଭୁବନେଶ୍ୱର: ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର। ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଶା କାରବାର ବିରୋଧରେ ଥାନାସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡ଼ି,ଏବଂ ଟିମ୍- ୬୦ ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି।

BjdElectrycity

ଗତବର୍ଷ ୨୦୨୩ ମସିହା ଡିସେମ୍ବର ମାସରେ ୫ଟି ବେଆଇନ ବ୍ରାଉନସୁଗାର କାରବାରଜନିତ ମାମଲାରେ ମୋଟ ୧୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୬୨ ଗ୍ରାମ ଓଜନର ବ୍ରାଉନ ସୁଗାର, ୨୬,୮୯୦/-ଟଙ୍କା, ୨ଟି ଦୁଇଚକିଆ ଯାନ ଏବଂ ୩ଟି ମୋବାଇଲ ଜବତ କରାଯାଇପାରିଛି ।

ସେହିପରି ଗତ ଡିସେମ୍ବର ମାସରେ ୩ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୭୨ କିଲୋଗ୍ରାମ ୪୭୦ ଗ୍ରାମ ଓଜନର ଗଞ୍ଜେଇ, ୧୫୨୦ ଟଙ୍କା, ୩ଟି ଦୁଇ/ତିନି/ଚାରି ଚକିଆ ଯାନ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।

ଗତ ୨୦୨୧ ମସିହା ଅଗଷ୍ଟ ମାସରୁ ଆରମ୍ଭ କରା ଯାଇଥିଲା “ଅପରେସନ ହ୍ଵାଇଟ ସ୍ପାଇଡର”। ଗତ ବର୍ଷ-୨୦୨୩ ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ୬୩ ଗୋଟି ବେଆଇନ ବ୍ରାଉନସୁଗାର କାରବାର ଜନିତ ମାମଲାରେ ମୋଟ ୧୨୬ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧ କେଜି ୨୨ ଗ୍ରାମ ୭୪୦ ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୧୭୨୨୩୫ ଟଙ୍କା, ୪୬ଟି ମୋବାଇଲ ଫୋନ, ଗୋଟିଏ ୪ଚକିଆ ଯାନ, ଗୋଟିଏ ୩ଚକିଆଯାନ ଏବଂ ୨୫ଟି ଦୁଇଚକିଆ ଯାନ ଜବତ କରାଯାଇପାରିଛି । ସେହିପରି ଗତ ବର୍ଷ ମୋଟ ୭୦ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୬୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ମୋଟ ୧୮ କୁଇଣ୍ଟାଲ ୯୨ କିଲୋଗ୍ରାମ ୯୧୯ ଗ୍ରାମ ୭୪ ମିଲିଗ୍ରାମ ଓଜନର ଗଞ୍ଜେଇ, ୯,୯୦,୧୮୯ ଟଙ୍କା, ୬୯ଟି ମୋବାଇଲ ଫୋନ, ୪୦ ଟି ଦୁଇ/ତିନି/ଚାରି ଚକିଆ ଯାନ ଜବତ କରଯାଇଛି ।

Leave A Reply

Your email address will not be published.