Latest Odisha News

BREAKING NEWS

ସାରଥୀଙ୍କ ପୂଜା ବେଳେ ଅଣ୍ଡାମାଡ଼, ବନ୍ଦ ହେଲା ବାବାଙ୍କ ପୂଜା

ଭୁବନେଶ୍ୱର: ସାରଥୀଙ୍କ ପୂଜାକୁ ତୀବ୍ର ବିରୋଧ । ସାରଥିଙ୍କ ପୂଜା ଓ ସତସଙ୍ଗ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼ । ଅଧାରୁ ବନ୍ଦ ରହିଲା ପୂଜା। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ତିନି ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥିଙ୍କ ଫଟୋ ରଖି ପୂଜା କରାଯାଉଥିଲା । ସାରଥୀଙ୍କ ଅନୁଗାମୀଙ୍କ ଭିଡ଼ ଲାଗିଥିଲା । ହେଲେ ହଠାତ୍‌ ଏହି ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିଲେ ।

ପୋଲିସ ଉପସ୍ଥିତିରେ ପୂଜାସ୍ଥଳୀକୁ ଲୋକେ ଜୋରଜବରଦସ୍ତ ପ୍ରବେଶ କରିବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ । ହୋହଲ୍ଲା କରିବା ସହ ଅଣ୍ଡାମାଡ଼ କରିଥିଲେ । ସତସଙ୍ଗସ୍ଥଳୀରେ ଅଣ୍ଡାମାଡ଼ ସାଙ୍ଗକୁ ପୂଜାକୁ ବିରୋଧ କରିଥିଲେ । ହେଲେ ସାରଥୀଙ୍କ ଅନୁଗାମୀମାନେ ଏଥିପ୍ରତି କର୍ଣ୍ଣପାତ ନ କରି ସତସଙ୍ଗ କରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ସାରଥୀଙ୍କ ଅନୁଗାମୀଙ୍କୁ ସେଠାରୁ ବାହାର କରିଦେଇଥିଲା । ଅଧାରୁ ବନ୍ଦ ରହିଥିଲା ସାରଥୀଙ୍କ ସତସଙ୍ଗ ।

Comments are closed.