Latest Odisha News

BREAKING NEWS

ପାଟିରେ ପଶିଗଲା କଉ ମାଛ…ଚାଲିଗଲା ଯୁବକଙ୍କ ଜୀବନ

ମୟୂରଭଞ୍ଜ: ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ । ବାଙ୍ଗିରିପୋଷି ଥାନା ଦିଘି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଦିଘି ଗାଁର ଅବିନାଶ ବିଜୁଳି ।

ସୂଚନା ଅନୁସାରେ, ଶୁକ୍ରବାର ଦିଘି ଗ୍ରାମର ଅବିନାଶ ବିଜୁଳି ଗାଁ ନିକଟ ବନ୍ଧରେ ମାଛ ଧରିବାକୁ ଯାଇଥିଲେ। ହେଲେ ସେଠାରେ ଏକ କଉ ମାଛକୁ ପାଟିରେ କାମୁଡ଼ି ଧରିଥିବା ବେଳେ ତାହା ତାଙ୍କ ପାଟିରେ ପଶି ଶ୍ବାସନଳୀରେ ଅଟକି ଯାଇଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ ଅବିନାଶ। ସଙ୍ଗେ ସଙ୍ଗେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାରେ ଡାକ୍ତରଙ୍କ ଅବହେଳାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Comments are closed.