Latest Odisha News

‘ଓକିଲ ଆନ୍ଦୋଳନକୁ ସମର୍ଥନ କରେନି, ମୁଁ ଏହାର ଏକ ଅଂଶବିଶେଷ’

ଭୁବନେଶ୍ୱର: ଆନ୍ଦୋଳନ କରିବା ସାଧାରଣ ନାଗରିକର ମୌଳିକ ଅଧିକାର । ସମସ୍ତେ ଆନ୍ଦୋଳନ କରିପାରିବେ । ତେବେ ସମ୍ବଲପୁରରେ ଯେଉଁ ଓକିଲ ଆନ୍ଦୋଳନ ହେଉଛି ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ  ରାଜ୍ୟ ସରକାର । ଲୋକଙ୍କ ଦ୍ୱାରରେ ଆଇନ ସହାୟତା ଯୋଗାଇ ଦେବେ ବୋଲି କହୁଛନ୍ତି ସରକାର । ହେଲେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କାହିଁକି ରାଜି ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଓକିଲ ଆନ୍ଦୋଳନକୁ ସମର୍ଥନ କରି ଜୟ ନାରାୟଣ ମିଶ୍ର କହିଛନ୍ତି, ଏ ଆନ୍ଦୋଳନକୁ ମୁଁ ଖାଲି ସମର୍ଥନ କରେନି ବରଂ ମୁଁ ଏହାର ଏକ ଅଂଶ ବିଶେଷ  । ସେ ଆନ୍ଦୋଳନ ସହ ମୁଁ ସବେବେଳେ ସବୁଠି ରହିଛି ଏବଂ ରହିଥିବି ବୋଲି ସେ କହିଛନ୍ତି

ବିରୋଧୀ ଦଳ ନେତା କହିଥିଲେ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ପରି ଅନେକ ରାଜ୍ୟରେ ହାଇକୋର୍ଟଙ୍କ ଏକାଧିକ ବେଞ୍ଚ ରହିଛି । ତେଣୁ ଓଡ଼ିଶାରେ ଗୋଟିଏ ବା ଦୁଇଟି ବେଞ୍ଚ କରିବା ଦିଗରେ କାହିଁକି ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ? ଯେତିକି ମାମଲା ହାଇକୋର୍ଟ ଉପରେ ରହିଲାଣି ସେଥିରେ ହାଇକୋର୍ଟ ଭାରାକ୍ରାନ୍ତ ହୋଇଗଲେଣି । ତେଣୁ ଏକାଧିକ ବେଞ୍ଚ ହେଲେ ଲୋକଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ । ଲୋକ ସଂଖ୍ୟା ଦୃଷ୍ଟିରୁ ଅଧିକ କୋର୍ଟ, ଅଧିକ ଜଜର ଆବଶ୍ୟକତା ଥିବାବେଳେ କୋର୍ଟ କାହିଁକି କରୁନାହାନ୍ତି ସେ  ନେଇ ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ।

ସରକାର କହୁଛନ୍ତି ଆମେ ବିରୋଧ କରୁନୁ । କିନ୍ତୁ ଓଡ଼ିଶା ସରକାର ବିଧିବଦ୍ଧ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁଜି ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି । ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ବିରୋଧୀ ଦଳ ନେତା ।

Leave A Reply

Your email address will not be published.