Latest Odisha News

ଏହି ଦେଶରେ ମାଆ ହେଲେ ମିଳିବ ୩ ଲକ୍ଷ ଟଙ୍କା

ଟୋକିଓ: ଜାପାନରେ ଯୁବପିଢ଼ୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏ ନେଇ ସରକାର ଚିନ୍ତା ବ୍ୟକ୍ତ କରିବା ସହ ଏକ ମନଲୋଭ ଅଫର ପ୍ରଦାନ କରିଛନ୍ତି । ଏହା ଅନୁସାରେ ଏଥର ବିବାହିତ ଯୋଡି ବାପାମାଆ ହେବାର ସୌଭାଗ୍ୟ ଅର୍ଜନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରୀ କାସୁନୋଭୁ କାତୋ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଏ ବାବଦକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା ଏବେ ଏଥିରେ ଆଉ ୪୮ ହଜାର ବୃଦ୍ଧି କରାଯାଇଛି । ୨୦୨୩ରୁ ଏହି ନିୟମ ଲାଗୁ ହେବ । ଜାପାନ ସରକାରଙ୍କ ଜନସଂଖ୍ୟା ରିପୋର୍ଟ ଅନୁସାରେ ୨୦୨୧ରେ ଯେତେ ଜନ୍ମ ଗ୍ରହଣ କରି ନ ଥିଲେ ତାଠାରୁ ଅଧିକ ମୃତ୍ୟୁବରଣ କରିଥିଲେ ।

ଗତ ବର୍ଷ ୮୧୧୬୦୪ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ୧୪ ଲକ୍ଷ ମୃତ୍ୟୁବରଣ କରିଥିଲେ । ସବୁଠାରୁ ବଜାର କଥା ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂଖ୍ୟା ୮୬ ହଜାରରେ ପଂହଚିଛି । ଏହା ମଧ୍ୟରେ ୮୮ ପ୍ରତିଶତ କେବଳ ମହିଳା । ଯୁବପିଢ଼ୀ ବିବାହ ପ୍ରତି ଆକୃଷ୍ଟ ହେବା ପାଇଁ ୬ ଲକ୍ଷ ପର୍ଯ୍ୟନ୍ତ ସହଯୋଗ କରାଯିବ ବୋଲି ଘୋଷଣା କରାଯାଇଛି । ଜାପାନରେ ଯୁବ ପିଢ଼ୀ କାହିଁକି ପରିବାର କରିବାକୁ ଚାହୁଁ ନାହାନ୍ତି ତାହା ଠିକ ଭାବେ ବୁଝା ପଡୁ ନାହିଁ । ଅବିବାହିତ ଭାବେ ସେମାନେ ବଂଚିବାକୁ ଭଲ ପାଉଛନ୍ତି ।

Leave A Reply

Your email address will not be published.