ନୂଆଦିଲ୍ଲୀ: ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ହେଉଛି । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶଶି ଥରୁର, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀଙ୍କ ସମେତ ଅନେକ ନେତା । ଏମାନଙ୍କର ଅଭିଯୋଗ ଯେ, ସେମାନଙ୍କର ଫୋନ ହ୍ୟାକିଂ ହେଉଛି । ଏପରିକି ନିଜେ ଆପଲ କମ୍ପାନୀ ମେସେଜ ପଠାଇ ହ୍ୟାକିଂକରିବାକୁ ଚେଷ୍ଟା କରୁଛି । ହେଲେ ଏପରି ଅଭିଯୋଗକୁ ଆପଲ ପକ୍ଷରୁ ଖଣ୍ଡନ କରାଯାଇଛି ।
ଆପଲ ପକ୍ଷରୁ କୁହାଯାଇଛି, ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ତିନି ଜଣ ଲୋକଙ୍କ ପାଖକୁ ଏପରି ସୂଚନା ଯାଇଛି । ସରକାରୀ ସୂତ୍ରରେ ଏ ବିଷୟରେ ଅବଗତ ବୋଲି କୁହାଯାଇଛି ।
ଆପଲ ପକ୍ଷରୁ ଜାରି ପ୍ରତିକ୍ରିୟାରେ କୁହାଯାଇଛି, ଆପଲ କମ୍ପାନୀ ପକ୍ଷରୁ ଏପରି କୌଣସି ନୋଟିଫିକେସନ ଯାଇ ନାହିଁ । ତେବେ ଅନେକ ସମୟରେ ଆପଲର କିଛି ସୂଚନା ମିଛ ଚେତାବନୀ ହୋଇଥାଇ ପାରେ । ଏପରି ସୂଚନା ଜାରି କରିବାର କାରଣ ଜାଣିବା ପାଇ ଆମେ ଅସମର୍ଥ । କାରଣ କହିଲେ, ଭବିଷ୍ୟତରେ ହ୍ୟାକର୍ସଙ୍କୁ ମୁକୁଳିବାରେ ସାହାଯ୍ୟ ହେବ ।
ଏହି ତନି ନେତାଙ୍କ ସମେତ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ଆଲର୍ଟ ଆସିଥିଲା । ସେ ଆହୁରି କହିଛନ୍ତି, ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏବଂ ଆମ ଆଦମୀ ପାର୍ଟି ରାଘବ ଚଡ୍ଡାଙ୍କ ସହ ସିପିଏମ ମହାସଚିବ ସୀତାରାମ ୟେଚୁରୀ ଏବଂ କଗ୍ରେସର ପବନ ଖଡାଙ୍କ ଫୋନ ମଧ୍ୟ ହ୍ୟାକିଂ ଉଦ୍ୟମ ହେଉଥିବା ଚେତାବନୀ ଆସିଛି । ଏପରିକି ଶିବସେନା ୟୁବିଟିର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ନିଜ ଫୋନରେ ଆସିଥିବା ମେସେଜକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପୂରା ବିପକ୍ଷ ବିରୋଧରେ ଆପଲର ନୋଟିସ ଆସିଛି । ଏହି ମେସେମ ଆମ କାର୍ଯ୍ୟାଳୟର ସମସ୍ତ ଲୋକଙ୍କୁ ମିଳିଛି । ରାହୁଲ କହିଛନ୍ତି, ଏମାନେ ତୁମ ଧ୍ୟାନ ହଟାଇବାକୁ ଚେଷ୍ଟା କରିବେ । ଏଥିରେ ତୁମେ କ୍ଷୁବ୍ଧ ହେଲେ ଏବଂ ଭିତରେ ଘୃଣାଭାବ ସୃଷ୍ଟି ହେଲେ, ସେତେବେଳେ ଏହି ଲୋକମାନେ ପୁରା ଦେଶର ଧନ ଲୁଟି ନେଇଯିବେ । ଏମିତି କହି ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ସେ ଏକ ସାମ୍ବାଦିକ ସମ୍ମିଳନରେ ଅନେକ ବିପକ୍ଷଙ୍କ ଫୋନକୁ ଆସିଥିବା ଫୋନ ନିର୍ମାତାଙ୍କ ଚେତାବନୀ ଇମେଲ ଦେଖାଇଥିଲେ ।‘ଏଥିରେ ଉଲ୍ଲେଖ ରହିଛି, ‘ଷ୍ଟେଟ ସ୍ପୋନ୍ସର୍ଡ ଆଟାକର୍ସ ତୁମ ଫୋନକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି ।‘
ଏପରି ଅଭିଯୋଗ ଉପରେ ବିଜେପି କହିଛି, ଏହା କେତେ ସତ ତାହା ଆପଲ ସ୍ପଷ୍ଟ କରିବ । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ‘ରାହୁଲ ଗାନ୍ଧି ଏହା ପୂର୍ବରୁ ପେଗାସସ ବିଷୟରେ ମଧ୍ୟ ଏମିତି ଦାବି କରିଥିଲେ । ହେଲେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସମିତିଙ୍କ ପାଖରେ ତାଙ୍କ ଆଇଫୋନ ଜମା କରିବା ପାଇଁ ମନା କରି ଦେଇଥିଲେ ।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.