ନୂଆଦିଲ୍ଲୀ: ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ହେଉଛି । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶଶି ଥରୁର, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀଙ୍କ ସମେତ ଅନେକ ନେତା । ଏମାନଙ୍କର ଅଭିଯୋଗ ଯେ, ସେମାନଙ୍କର ଫୋନ ହ୍ୟାକିଂ ହେଉଛି । ଏପରିକି ନିଜେ ଆପଲ କମ୍ପାନୀ ମେସେଜ ପଠାଇ ହ୍ୟାକିଂକରିବାକୁ ଚେଷ୍ଟା କରୁଛି । ହେଲେ ଏପରି ଅଭିଯୋଗକୁ ଆପଲ ପକ୍ଷରୁ ଖଣ୍ଡନ କରାଯାଇଛି ।
ଆପଲ ପକ୍ଷରୁ କୁହାଯାଇଛି, ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ତିନି ଜଣ ଲୋକଙ୍କ ପାଖକୁ ଏପରି ସୂଚନା ଯାଇଛି । ସରକାରୀ ସୂତ୍ରରେ ଏ ବିଷୟରେ ଅବଗତ ବୋଲି କୁହାଯାଇଛି ।
ଆପଲ ପକ୍ଷରୁ ଜାରି ପ୍ରତିକ୍ରିୟାରେ କୁହାଯାଇଛି, ଆପଲ କମ୍ପାନୀ ପକ୍ଷରୁ ଏପରି କୌଣସି ନୋଟିଫିକେସନ ଯାଇ ନାହିଁ । ତେବେ ଅନେକ ସମୟରେ ଆପଲର କିଛି ସୂଚନା ମିଛ ଚେତାବନୀ ହୋଇଥାଇ ପାରେ । ଏପରି ସୂଚନା ଜାରି କରିବାର କାରଣ ଜାଣିବା ପାଇ ଆମେ ଅସମର୍ଥ । କାରଣ କହିଲେ, ଭବିଷ୍ୟତରେ ହ୍ୟାକର୍ସଙ୍କୁ ମୁକୁଳିବାରେ ସାହାଯ୍ୟ ହେବ ।
ଏହି ତନି ନେତାଙ୍କ ସମେତ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ଆଲର୍ଟ ଆସିଥିଲା । ସେ ଆହୁରି କହିଛନ୍ତି, ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏବଂ ଆମ ଆଦମୀ ପାର୍ଟି ରାଘବ ଚଡ୍ଡାଙ୍କ ସହ ସିପିଏମ ମହାସଚିବ ସୀତାରାମ ୟେଚୁରୀ ଏବଂ କଗ୍ରେସର ପବନ ଖଡାଙ୍କ ଫୋନ ମଧ୍ୟ ହ୍ୟାକିଂ ଉଦ୍ୟମ ହେଉଥିବା ଚେତାବନୀ ଆସିଛି । ଏପରିକି ଶିବସେନା ୟୁବିଟିର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ନିଜ ଫୋନରେ ଆସିଥିବା ମେସେଜକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପୂରା ବିପକ୍ଷ ବିରୋଧରେ ଆପଲର ନୋଟିସ ଆସିଛି । ଏହି ମେସେମ ଆମ କାର୍ଯ୍ୟାଳୟର ସମସ୍ତ ଲୋକଙ୍କୁ ମିଳିଛି । ରାହୁଲ କହିଛନ୍ତି, ଏମାନେ ତୁମ ଧ୍ୟାନ ହଟାଇବାକୁ ଚେଷ୍ଟା କରିବେ । ଏଥିରେ ତୁମେ କ୍ଷୁବ୍ଧ ହେଲେ ଏବଂ ଭିତରେ ଘୃଣାଭାବ ସୃଷ୍ଟି ହେଲେ, ସେତେବେଳେ ଏହି ଲୋକମାନେ ପୁରା ଦେଶର ଧନ ଲୁଟି ନେଇଯିବେ । ଏମିତି କହି ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ସେ ଏକ ସାମ୍ବାଦିକ ସମ୍ମିଳନରେ ଅନେକ ବିପକ୍ଷଙ୍କ ଫୋନକୁ ଆସିଥିବା ଫୋନ ନିର୍ମାତାଙ୍କ ଚେତାବନୀ ଇମେଲ ଦେଖାଇଥିଲେ ।‘ଏଥିରେ ଉଲ୍ଲେଖ ରହିଛି, ‘ଷ୍ଟେଟ ସ୍ପୋନ୍ସର୍ଡ ଆଟାକର୍ସ ତୁମ ଫୋନକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି ।‘
ଏପରି ଅଭିଯୋଗ ଉପରେ ବିଜେପି କହିଛି, ଏହା କେତେ ସତ ତାହା ଆପଲ ସ୍ପଷ୍ଟ କରିବ । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ‘ରାହୁଲ ଗାନ୍ଧି ଏହା ପୂର୍ବରୁ ପେଗାସସ ବିଷୟରେ ମଧ୍ୟ ଏମିତି ଦାବି କରିଥିଲେ । ହେଲେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସମିତିଙ୍କ ପାଖରେ ତାଙ୍କ ଆଇଫୋନ ଜମା କରିବା ପାଇଁ ମନା କରି ଦେଇଥିଲେ ।
BREAKING NEWS
- ୬୫ ବର୍ଷ ବୟସରେ ଏଠି ପିଲା ଜନ୍ମ କରନ୍ତି ମହିଳା, ଦେଖାଯାନ୍ତି ୧୮ ବର୍ଷର ଯୁବତୀଙ୍କ ଭଳି
- କୋଟିପତି ଫରେଷ୍ଟର ନିରଞ୍ଜନଙ୍କର ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ବିଭାଗ, ୭ଟି ମୂଲ୍ୟବାନ ପ୍ଲଟ୍ ସହ…
- Mahodadhi Alati Annual Festival: ମହୋଦଧି ଆଳତୀ ବାର୍ଷିକ ମହୋତ୍ସବ ଏହି ଦିନ ପାଳନ ହେବ; ଯୋଗ ଦେବେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ…
- ମ୍ୟାଚ ବେଳେ ଗୁରୁତର ଆଘାତପ୍ରାପ୍ତ ହେଲେ ଅଙ୍ଗକ୍ରିଷ ରଘୁବଂଶୀ
- CEC Gyanesh Kumar: କାଲିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିସନର
- Free Bus service for school: ରାଜ୍ୟରେ ସ୍କୁଲ୍ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା
- ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣା; ଆଉ ୩ ଗିରଫ, ହାତୀ ଦାନ୍ତ ଜବତ
- Premium Bikes: ଏହି ୩ ପ୍ରିମିୟମ୍ ବାଇକ୍ ୨୦୨୬ ଆରମ୍ଭରେ ଭାରତରେ ମାରିବେ ଏଣ୍ଟ୍ରି; ଦେଖନ୍ତୁ ଲିଷ୍ଟ…
- ‘Kapil shrama Show’: କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା?
- ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ
Comments are closed.