Latest Odisha News

BREAKING NEWS

ପୁଣିଥରେ ନିର୍ବାଚନ କମିଶନଙ୍କ ନିକଟରେ ଇଭିଏମ୍ ପ୍ରସଙ୍ଗ ଉଠାଇବ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପାଗ ଭିଡିବା ଆରମ୍ଭ କରିଛନ୍ତି। ଆଉ ୨୦୧୯ ନିର୍ବାଚନ ଭଳି ଚଳିତଥର ମଧ୍ୟ ବିରୋଧୀ ଦଳ ଇଭିଏମକୁ ସନ୍ଦେହ ଆଖିରେ ଦେଖିବା ଆରମ୍ଭ କରିଛନ୍ତି । ଗତକାଲି ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆହ୍ବାନକ୍ରମେ ଇଭିଏମ୍ ମେସିନ୍ ପ୍ରସଙ୍ଗ ଉଠାଇବାକୁ ବିରୋଧୀ ବୈଠକ କରି ପ୍ରସ୍ତୁତ ହୋଇଛନ୍ତି।

ଏହି ପ୍ରସଙ୍ଗ ଉଠାଇବା ପାଇଁ ସେ ଅନ୍ୟ ସମାନ ଦଳ ବିରୋଧୀ ଦଳକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଶରଦ ପାୱାର ବିରୋଧୀ ଦଳର ଏକ ବୈଠକ କରିଥିଲେ ଯେଉଁଥିରେ ଇଭିଏମ୍ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେବଳ ଏତିକି ନୁହେଁ, ବର୍ତ୍ତମାନ ନିର୍ବାଚନକୁ କିପରି ଅଧିକ ସ୍ୱଚ୍ଛ କରାଯିବ ତାହା ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ହେଲେ ଏହି ବୈଠକରେ କିନ୍ତୁ ଟିଏମସି ସାମିଲ ହୋଇନଥିବା ସୂଚନା ରହିଛି।

ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଏହି ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ପ୍ରଥମଟି ହେଉଛି, କିପରି ଇଭିଏମ୍ ପ୍ରସଙ୍ଗକୁ ଏବେ ପୁଣିଥରେ କୋର୍ଟକୁ ନିଆଯିବ। ଦ୍ୱିତୀୟରେ, ଆସନ୍ତା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଠାରୁ କ’ଣ ଦାବି କରାଯିବା ଉଚିତ୍। ଏଥିସହିତ ଏହି ବୈଠକରେ ତୃତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କିପରି ପୁନର୍ବାର ଜନସାଧାରଣଙ୍କ ମଧ୍ୟରେ ଇଭିଏମ୍ ପ୍ରସଙ୍ଗ ଉଠାଇବେ ଏବଂ ଏହା ଉପରେ କିପରି ଏକ ମାହୋଲ ସୃଷ୍ଟି କରିବେ।

ବିରୋଧୀ ଦଳର ନେତାମାନେ ବିଶ୍ୱାସ କରନ୍ତି ଯେ ଇଭିଏମରେ ଏକ ଚିପ ଅଛି ଯାହାକୁ ହ୍ୟାକ୍ କରାଯାଉଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଏହି ପ୍ରସଙ୍ଗ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯିବ ଏବଂ ଏହି ଚିନ୍ତାଧାରା ହଟାଇବାକୁ ଦାବି କରାଯିବ।

ତେଣୁ ଏହାକୁ ପ୍ରମାଣିତ କରିବାକୁ ହେଲେ ପ୍ରତ୍ୟେକ ଭୋଟର VVPୁT ସ୍ଲିପ୍ ଇଭିଏମରେ ବାହାରିବା ଉଚିତ୍। ଏହାପରେ ପ୍ରତ୍ୟେକ ଆସନରେ ୩୦-୪୦ ପ୍ରତିଶତ ରେଣ୍ଡମ ସ୍ଲିପ୍ ମେଳ ହେବା ଉଚିତ୍। ଯଦି ଏହି ସମୟ ମଧ୍ୟରେ ଏକ ଅସଙ୍ଗତି ଦେଖାଯାଏ, ତେବେ ସମସ୍ତ ସ୍ଲିପ୍ ଗଣାଯିବା ଉଚିତ ବୋଲି ବିରୋଧୀ ପ୍ରମାଣ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିବେ।

ବିରୋଧୀ ଦଳର ନେତାମାନେ ବିଶ୍ୱାସ କରୁଛନ୍ତି ଯେ ଇଭିଏମ୍ ମେସିନରେ ଭୋଟ୍ ଦେବା ସମୟରେ ରାଗିଂ ହୋଇପାରେ। ତେଣୁ ଏହି ସମସ୍ତ ଦାବି ନିର୍ବାଚନ କମିଶନଙ୍କ ନିକଟରେ ରଖାଯିବ, ଯାହାଫଳରେ ନିର୍ବାଚନ ଅଧିକ ସ୍ୱଚ୍ଛ ହୋଇପାରିବ। ଏହାକୁ ଭିତ୍ତି କରି କୋର୍ଟର ଦ୍ୱାରସ୍ଥ ମଧ୍ୟ ବିରୋଧୀ ଦଳ କରିବେ।

Leave A Reply

Your email address will not be published.