ଭୁବନେଶ୍ୱର: ଏସିବି ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାକୁ ନେଇ ବିରୋଧୀ ବାରମ୍ବାର ବିଧାନସଭା ଅଚଳ କରିବା ହାସ୍ୟାସ୍ପଦ। ସେଥିରେ ବିରୋଧୀ ଦଳ ଫଳବତୀ ହେବେ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ଏସ୍ସିବି ମେଡ଼ଇକାଲ କଲେଜ ଘଟଣାକୁ ନେଇ ବିରୋଧୀମାନେ ଅଡ଼ି ବସି ଗୃହକୁ ଅଚଳ କରୁଛନ୍ତି। ସାମୟିକ ଭାବରେ ସେମାନେ ଗୃହକୁ ବୈକଟ କରୁଛନ୍ତି। ସରକାର ଏସିବି ମେଡିକାଲ କଲେଜ ଘଟଣାକୁ ନେଇ ଯେଉଁ ପଦକ୍ଷେପ ନେବା କଥା ନେଇଛନ୍ତି। ସରକାର ଆକ୍ସନ ମୋଡ଼ରେ ଅଛନ୍ତି।
ଘଟଣା ଦିନ ମୁଖ୍ୟମନ୍ତ୍ରୀ ରାତି ୪.୧୦ ମିନିଟରେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପ୍ରଧନମନ୍ତ୍ରୀ ମଧ୍ୟ ଦିଲ୍ଲୀରୁ ଥାଇ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ମୃତାହତ ପରିବାରଙ୍କୁ କ୍ଷତିପୂରଣ ଘୋଷଣା କଲେ। ପ୍ରଶାସନିକ ପରିବର୍ତ୍ତନ ମଧ୍ୟ କରାଗଲା। କମିଟି ଗଠନ ହେଲା ଘଟଣାର ଯାଞ୍ଚ କରିବା ପାଇଁ। ଏହା ସହିତ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିବୃତ୍ତି ମଧ୍ୟ ରଖିଲେ। ଏ ସମସ୍ତ ପଦକ୍ଷେପ ନେଲା ପରେ ବିରୋଧୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥପା ଦାବି କରିବା ହାସ୍ୟାସ୍ପଦ କଥା।
ବିଗତ ୨୪ ବର୍ଷ ଧରି ଶାସନ କରୁଥିବା ଦଳ ଯେତେବେଳେ ଏସସିବି ମେଡ଼ିକାଲ କଲେଜର କୌଣସି ପରିବର୍ତ୍ତନ କଲେ ନାହିଁ। ପୂର୍ବ ସରକାର ଯଦି ସେତେବେଳେ ଇଲେକ୍ଟ୍ରି ତାର, ଡିଜି, ଲାବ୍ରଟୋରୀ ଇକ୍ୟୁପମେଣ୍ଟକୁ ପରିବର୍ତ୍ତନ କରିଥାନ୍ତେ ତେବେ ଆଜି ଏଭଳି ଘଟଣା ଘଟିନଥାନ୍ତା।
ଆମ ସରକାର ଆସିଲା ପରେ ଏସିସିବି ମେଡିକାଲ କଲେଜର ନବୀକରଣ ପାଇଁ ୮୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ୨ ବର୍ଷ ଭିତରେ ଦେଇ ସାରିଛନ୍ତି। ଯାହାର କାର୍ଯ୍ୟ ଚାଲୁ ରହିଛି। ଆଗାମୀ ଦିନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏଭଳି ଘଟଣା ଘଟିବ ନାହିଁ।
BREAKING NEWS
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ

Comments are closed.