ଭୁବନେଶ୍ୱର: ଏସିବି ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାକୁ ନେଇ ବିରୋଧୀ ବାରମ୍ବାର ବିଧାନସଭା ଅଚଳ କରିବା ହାସ୍ୟାସ୍ପଦ। ସେଥିରେ ବିରୋଧୀ ଦଳ ଫଳବତୀ ହେବେ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି। ଏସ୍ସିବି ମେଡ଼ଇକାଲ କଲେଜ ଘଟଣାକୁ ନେଇ ବିରୋଧୀମାନେ ଅଡ଼ି ବସି ଗୃହକୁ ଅଚଳ କରୁଛନ୍ତି। ସାମୟିକ ଭାବରେ ସେମାନେ ଗୃହକୁ ବୈକଟ କରୁଛନ୍ତି। ସରକାର ଏସିବି ମେଡିକାଲ କଲେଜ ଘଟଣାକୁ ନେଇ ଯେଉଁ ପଦକ୍ଷେପ ନେବା କଥା ନେଇଛନ୍ତି। ସରକାର ଆକ୍ସନ ମୋଡ଼ରେ ଅଛନ୍ତି।
ଘଟଣା ଦିନ ମୁଖ୍ୟମନ୍ତ୍ରୀ ରାତି ୪.୧୦ ମିନିଟରେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପ୍ରଧନମନ୍ତ୍ରୀ ମଧ୍ୟ ଦିଲ୍ଲୀରୁ ଥାଇ ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ମୃତାହତ ପରିବାରଙ୍କୁ କ୍ଷତିପୂରଣ ଘୋଷଣା କଲେ। ପ୍ରଶାସନିକ ପରିବର୍ତ୍ତନ ମଧ୍ୟ କରାଗଲା। କମିଟି ଗଠନ ହେଲା ଘଟଣାର ଯାଞ୍ଚ କରିବା ପାଇଁ। ଏହା ସହିତ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିବୃତ୍ତି ମଧ୍ୟ ରଖିଲେ। ଏ ସମସ୍ତ ପଦକ୍ଷେପ ନେଲା ପରେ ବିରୋଧୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥପା ଦାବି କରିବା ହାସ୍ୟାସ୍ପଦ କଥା।
ବିଗତ ୨୪ ବର୍ଷ ଧରି ଶାସନ କରୁଥିବା ଦଳ ଯେତେବେଳେ ଏସସିବି ମେଡ଼ିକାଲ କଲେଜର କୌଣସି ପରିବର୍ତ୍ତନ କଲେ ନାହିଁ। ପୂର୍ବ ସରକାର ଯଦି ସେତେବେଳେ ଇଲେକ୍ଟ୍ରି ତାର, ଡିଜି, ଲାବ୍ରଟୋରୀ ଇକ୍ୟୁପମେଣ୍ଟକୁ ପରିବର୍ତ୍ତନ କରିଥାନ୍ତେ ତେବେ ଆଜି ଏଭଳି ଘଟଣା ଘଟିନଥାନ୍ତା।
ଆମ ସରକାର ଆସିଲା ପରେ ଏସିସିବି ମେଡିକାଲ କଲେଜର ନବୀକରଣ ପାଇଁ ୮୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ୨ ବର୍ଷ ଭିତରେ ଦେଇ ସାରିଛନ୍ତି। ଯାହାର କାର୍ଯ୍ୟ ଚାଲୁ ରହିଛି। ଆଗାମୀ ଦିନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏଭଳି ଘଟଣା ଘଟିବ ନାହିଁ।
BREAKING NEWS
- Bollywood Actor’s Security tightened: ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ପରେ ବଲିଉଡ୍ରେ ଛନକା! ଅଭିନେତାଙ୍କ ଘରେ ସୁରକ୍ଷା ଛାଉଣୀ, ଜୁହୁ-ବାନ୍ଦ୍ରା ଉପରେ ପୋଲିସର ତୀକ୍ଷ୍ଣ ନଜର
- Jailer 2: ରଜନୀଙ୍କ ବଡ ଫ୍ୟାନ କ୍ରିକେଟର ସଞ୍ଜୁ, ବୁକ୍ କଲେ ସମ୍ପୂର୍ଣ୍ଣ ଥିଏଟର…
- ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ପ୍ରଥମ ଟାର୍ଗେଟରେ ଥିଲେ ସଲମାନ୍ ଖାନ୍, ହେଲେ ଟାଇଗର…
- ଦଶହରାରେ ଭୁବନେଶ୍ୱରରେ ପ୍ରବଳ ଭିଡ଼; ମଣ୍ଡପରେ ଗହଳି, ରାସ୍ତାରେ ଫସିଲା ଆମ୍ବୁଲାନ୍ସ…
- ପୂଜା ଭିଡ଼ରେ ଛିନତାଇ କରୁଥିଲା ‘ବଞ୍ଜାରା ଗ୍ୟାଙ୍ଗ୍’; ୭ ଜଣଙ୍କୁ ଗିରଫ କଲା ପୋଲିସ
- Tiger Shroff Attacked : ଟାଇଗର ନୁହେଁ…ଟାର୍ଗେଟରେ ଥିଲେ ବଲିଉଡର ବଡ ହିରୋ?… ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାରେ ବଡ ଖୁଲାସା
- Dhanush’s Political Entry: ବିଜୟଙ୍କ ପରେ ଧନୁଷଙ୍କ ଏଣ୍ଟ୍ରି! ରାଜନୀତିକୁ ଆସିବେ କି ସାଉଥ୍ ସୁପରଷ୍ଟାର୍? ଆଗୁଆ ସ୍ବାଗତ ଜଣାଇଲା TVK
- ୫୦୦ ଗଛର କରାଯିବ ଅସ୍ତ୍ରୋପଚାର, ଜୀବନ ବଞ୍ଚାଇବା ପାଇଁ ଖୋଜା ଚାଲିଛି ବିଶେଷଜ୍ଞ
- ଅକ୍ଟୋବର ୨୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
- Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍ଲାଇନ୍; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଦେଶ ଗଠନ ଲକ୍ଷ୍ୟ!

Comments are closed.