ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୪ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।
ଓପିଏସସି ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସିଏସଇ ପ୍ରିଲିମ୍ସ ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୬୫ ପଦବୀ ପୂରଣ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ କମିଶନର ୱେବସାଇଟ୍ opsc.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଓପିଏସସି ୱେବସାଇଟରେ ଅପଲୋଡ୍ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।
ଓପିଏସସି ଦ୍ୱାରା ଚୟନ ପ୍ରକ୍ରିୟାରେ ଏକ ପ୍ରିଲିମିନାରୀ ପରୀକ୍ଷା (ଅବଜେକ୍ଟିଭ୍) ଅନ୍ତର୍ଭୁକ୍ତ। ଯାହା ପରେ ସର୍ଟ ଲିଷ୍ଟେଡ୍ ପ୍ରାର୍ଥୀମାନେ ମେନ୍ ପରୀକ୍ଷା ଦେବେ। ମେନ୍ ପରୀକ୍ଷାରେ ବିଭିନ୍ନ ସେବା ଏବଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବା ପାଇଁ ଲିଖିତ ପରୀକ୍ଷା ଏବଂ ଏକ ସାକ୍ଷାତକାର ଉଭୟ ରହିବ।
କେବଳ ସେହି ପ୍ରାର୍ଥୀମାନେ ହିଁ ପଦବୀ ପାଇଁ ଆବେଦନ କରିପାରିବେ। ଯେଉଁମାନେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
Comments are closed.