Latest Odisha News

BREAKING NEWS

ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌?

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌?

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ବିକଳ୍ପ ଉପରେ ଆଲୋଚନା ହେଉଛି।

ଭି.କେ ପାଲ୍ ଜାତୀୟ କୋଭିଡ୍-୧୯ ଟାସ୍କଫୋର୍ସର ମୁଖ୍ୟ ଦାୟିତ୍ବରେ ଅଛନ୍ତି।

ଏକ ସମୟରେ ଯେତେବେଳେ ବିଶେଷଜ୍ଞ ତଥା ରାଜନୈତିକ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ କୋଭିଡ-୧୯ର ଭୟଙ୍କର ଦ୍ୱିତୀୟ ତରଙ୍ଗର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ପରାମର୍ଶ ଦେଇଛନ୍ତି, ସେତେବେଳେ ନୀତି ଆୟୋଗ ସଦସ୍ୟ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଏହି ସଂକ୍ରମଣକୁ ଏଡାଇବା ପାଇଁ ରାତ୍ରି କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇସାରିଲେଣି।

ଭି.କେ ପାଲ୍ ଆହୁରି କହିଛନ୍ତି, “ସ୍ଥିତି ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ। ସୀମାବଦ୍ଧତା ବ୍ୟତୀତ ଯଦି କିଛି ଅଧିକ ଆବଶ୍ୟକ ହୁଏ, ସେହି ବିକଳ୍ପଗୁଡ଼ିକକୁ ଆଲୋଚନା କରାଯିବ ଏବଂ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.