ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ ସାଜିଲା କଣ୍ଟା । ଝିମିଟି ଖେଳରୁ ହେଲା ମହାଭାରତ । ଆଉ କନ୍ୟାଙ୍କୁ ମହଙ୍ଗା ପଡ଼ିଲା ବରକୁ କରିଥିବା ମେସେଜ । ଭାଙ୍ଗିଗଲା ବାହାଘର ଆଉ ଥାନାକୁ ଦୌଡ଼ିଲେ ପରିବାର ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ବାରପେଟା ଜିଲ୍ଲା ହୌଲି ଅଞ୍ଚଳରେ ଘଟିଛି ।
ସୂଚନା ଅନୁଯାୟୀ, ଗତ ୧୪ରେ ବିବାହ ହେବାର ଥିଲା । ଜୋରୋନରେ ବର ପକ୍ଷରୁ କନ୍ୟାଙ୍କୁ ଏକ ସାମ୍ପୁ ଦିଆଯାଇଥିଲା । ଯାହାକୁ କନ୍ୟା ଜଣକ ନିମ୍ନମାନର କହିବା ସହ ଭାବୀସ୍ୱାମୀଙ୍କୁ ମେସେଜ କରିଥିଲେ । ଏଥିରେ ଇଞ୍ଜିନିୟର ବର ଜଣକ ଲଜ୍ଜିତ ଅନୁଭବ କରିଥିଲେ । ମେସେଜ ପାଇବାର ୬ ଘଣ୍ଟା ପରେ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଯାହା କନ୍ୟା ଜଣକ କେବେ କଳ୍ପନା କରିନଥିଲେ ।
ତେବେ ଯୁବକ ଜଣକ ହେଉଛନ୍ତି ଗୌହାଟୀରେ ଇଞ୍ଜିନିୟର ଅଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାବୀପତ୍ନୀଙ୍କ ମେସେଜ ତାଙ୍କୁ ଆଘାତ କରିଛି । ତେଣୁ ସେ ଏହି ବିବାହ ଭାଙ୍ଗିବାକୁ ସ୍ଥିର କରିଥିଲେ । ଯୁବକଙ୍କ ଏଭଳି ନିଷ୍ପତ୍ତିରେ କନ୍ୟାଘର ଲୋକଙ୍କୁ ଝଟକା ଲାଗିଥିବା ବେଳେ ବରକୁ ଗୌହାଟି ଯାଇ ବୁଝାସୁଝା ମଧ୍ୟ କରିଥିଲେ । ହେଲେ ବର ନିଜ ଜିଦ୍ରେ ଅଟଳ ରହିଥିଲେ ।
Comments are closed.