Latest Odisha News

BREAKING NEWS

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି।

ଗତ ୨୫ ତାରିଖରେ କମିଟି ହାଇକୋର୍ଟରେ ଦୁର୍ଗାପୂଜା ନେଇ ଏକ ପିଟିସନ ଦାଖଲ କରିଥିଲା । ଏଥିରେ କୋଭିଡ ଗାଇଡଲାଇନ୍‌କୁ ମାନି ଦୂର୍ଗାପୂଜା ପାଳନ କରିବାକୁ ରାଜ୍ୟ ସରକାର ଅନୁମତି ଦେବାକୁ କମିଟି ପକ୍ଷରୁ କୁହାଯାଇଥିଲା । ତେବେ ଏହି ମାମଲାର ଆଜି ହାଇକୋର୍ଟ ଶୁଣାଣି କରି କଟକ ଦୁର୍ଗା ପୂଜାକୁ ଅନୁମତି ଦେଇଛନ୍ତି । ଏଥିସହ ନିର୍ଦ୍ଦେଶନାମା ଦେଇ ଏହି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି କୋର୍ଟ ।

Leave A Reply

Your email address will not be published.