କୋରାପୁଟ : ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ । କୋଟିଆରେ ଲାଗିଲା ଓଡ଼ିଆ ନାମ ଫଳକ । ଗତ ୨୭ ତାରିଖ ରାତିରେ ବିବାଦୀୟ କୋଟିଆରେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ନାମଫଳକୁ ହଟାଇ ଦେଇଥିଲା ଆନ୍ଧ୍ର । ଆଉ ଆଜି କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଟାଙ୍ଗି ବ୍ଲକ ପ୍ରଶାସନ ୩ଟି ଗ୍ରାମରୁ ହଟାଯାଇଥିବା ୪ଟି ଫଳକକୁ ପୁଣି ଓଡ଼ିଆରେ ଲେଖଯାଇଛି । ପଟାଙ୍ଗି ବିଡିଓ ଓ ସହକାରୀ ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚି କୋଟିଆର ନେରେଡିବାଲାସା ଗ୍ରାମରେ ୨ଟି, ଉପର ସେମ୍ବି ଗ୍ରାମରେ ଗୋଟିଏ ଏବଂ ଅର୍ଜୁବାଲାସା ଗ୍ରାମରେ ଗୋଟିଏ ନାମ ଫଳକକୁ ଓଡ଼ିଆରେ ପୁଣି ଲେଖାଯାଇଛି ।
ଏଠାରେ ଲାଗିଥିବା ଓଡ଼ିଆ ନାମ ଫଳକକୁ ଲିଭାଇ ଦେଇଥିଲା ଆନ୍ଧ୍ରପ୍ରଦେଶ । ଯାହାର ଜବାବରେ କୋରାପୁଟ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କୋଟିଆର ୩ଟି ସ୍ଥାନରେ ଲେଖା ଓଡିଆ ଅକ୍ଷରେ ନାମ ଫଳକ ମରାଯାଇଛି । ଗତ ୨୭ ତାରିଖରେ ବାତ୍ୟା ଗୁଲାବରେ ୨୬ ନମ୍ବର ଜାତୀୟ ରାଜପଥ ସମେତ କୋଟିଆର ୩ଟି ସ୍ଥାନରେ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଥିଲା । ରାସ୍ତା ଅବରୋଧ ହଟାଇବା ଓ ପୁଡ଼ଃଉଦ୍ଧାର କାର୍ଯ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଲାଗିଥିବା ବେଳେ ଆନ୍ଧ୍ରର କିଛି ଲୋକ ନେରେଡିବାଲସାରେ ଲଗାଯାଇଥିବା ନାମ ଫଳକକୁ ଲିଭାଇ ଦେଇଥିଲେ । ଯାହାକୁ ତ୍ରୀବ୍ର ବିରୋଧ କରିଥିଲେ ଆମ କୋଟିଆ ସଙ୍ଗଠନ, କୋରାପୁଟ ବିକାଶ ପରିଷଦ ସମେତ ବିଭିନ୍ନ ସଙ୍ଗଠନ । ଆଉ ଶେଷରେ କୋରାପୁଟ ପ୍ରଶାସନ ଏଠାରେ ପୁଣି ଓଡ଼ିଆରେ ନାମ ଫଳକ ଲେଖିଛି ଆନ୍ଧ୍ରକୁ ଦେଇଛି କଡ଼ା ଜବାବ ।
Comments are closed.