Latest Odisha News

BREAKING NEWS

ଓସ୍କାର ୨୦୨୬: କାନ୍ତରା: ଏ ଲୀଜେଣ୍ଡ ଚ୍ୟାପ୍ଟର ୧, ତନଭୀ ଦି ଗ୍ରେଟ ସମେତ ୪ ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଦୌଡରେ

ମୁମ୍ବାଇ: ୯୮ତମ ଓସ୍କାର ପୁରସ୍କାର ପାଇଁ ଭାରତର ୪ଟି ଫିଲ୍ମ ଶ୍ରେଷ୍ଠ ଫିଲ୍ମ ଦୌଡରେ ସାମିଲ ହୋଇଛି । ରିଷଭ ଶେଟ୍ଟୀଙ୍କ ଲୋକପ୍ରିୟ ଫିଲ୍ମ କାନ୍ତରା: ଏ ଲିଜେଣ୍ଡ ଚ୍ୟାପ୍ଟେର ୧, ଅନୂପମ ଖେରଙ୍କ ତନଭୀ ଦି ଗ୍ରେଟ ବ୍ୟତୀତ ଆନିମେଟେଡ ଫିଲ୍ମ ମହାବତାର ନରସିଂହ ଓ ତାମିଲ ଫିଲ୍ମ ଟୁରିଷ୍ଟ ଫ୍ୟାମିଲି ଏହି ଦୌଡରେ ରହିଛନ୍ତି । ଓଭରାଲ ୨୦୧ ଫିଲ୍ମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ନୋମିନେଶନର ଘୋଷଣା ଜାନୁୟାରୀ ୨୨ରେ ହେବ । ଟୁରିଷ୍ଟ ଫ୍ୟାମିଲିକୁ ଅଭିଶାନ ଜୀବୀଥ ନିର୍ଦ୍ଦେଶନା ଦେଇଛନ୍ତି । ଏହା ତାଙ୍କର ପ୍ରଥମ ଫିଲ୍ମ । ରାଧୀକା ଆପ୍ଟେ ଅଭିନୀତ ହିନ୍ଦୀ ଭାଷା ଫିଲ୍ମ ସିଷ୍ଟର ମିଡନାଇଟ ଏହି ତାଲିକାରେ ରହିଛି । ଏହା ୟୁକେ-ଇଣ୍ଡିଆ ପ୍ରଡକ୍ସନ କମ୍ପାନୀ ମିଳିତ ଭାବେ ନିର୍ମାଣ କରିଛନ୍ତି ।

ଏକାଡେମୀ ପକ୍ଷରୁ କୁହାଯାଇଛି ଓଭରାଲ ୩୧୭ ଫିଚର ଫିଲ୍ମ ୯୮ ଏକାଡେମୀ ଆୱାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ରିମାଇଣ୍ଡର ଲିଷ୍ଟରେ ସାମିଲ ହେବାର ମାନେ ନୁହେଁ ଯେ ଏହା ନୋମିନେଶନ ହେବ । ଫିଲ୍ମଗୁଡିକୁ ଏବେ ଏକାଡେମୀ ଭୋଟିଂ ପ୍ରକ୍ରିୟା ଦେଇ ଯିବାକୁ ହେବ । ଡିସେମ୍ବର ୨୦୨୫ରେ ଏକାଡେମୀ ଇଂଟର ନ୍ୟାଶନାଲ ଫିଚର ଫିଲ୍ମ ସମେତ ୧୨ଟି କାଟାଗୋରୀ ପାଇଁ ଓସ୍କାର ପକ୍ଷରୁ ଶର୍ଟଲିଷ୍ଟ ଜାରୀ କରାଯାଇଛି । ନୀରଜ ଘାୟବାନଙ୍କ ହୋମବାଉଣ୍ଡ ଭାରତ ପାଇଁ ଅଫିସିଆଲ ଏଂଟ୍ରି ହୋଇଛି । ଏହା ୧୫ ଶର୍ଟଲିଷ୍ଟରେ ସାମିଲ ହୋଇ ସମ୍ଭାବନା ସୃଷ୍ଟି କରିଛି ।

Leave A Reply

Your email address will not be published.