Latest Odisha News

BREAKING NEWS

ଉଦଯାପିତ ହେଲା ଏସଜେଏଫଆଇ କନଭେନସନ, ଓସଜା ଜିତିଲା ୩ଟି ପୁରସ୍କାର

ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ୪୧ତମ ଜାତୀୟ କନଭେନସନ୍ ଉଦଯାପିତ ହୋଇଛି । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତିନୋଟି ପୁରସ୍କାର ହାସଲ କରିଛି ।

ଜାତୀୟସ୍ତରରେ ଅୟୋଜିତ ହୋଇଥିବା ଏହି କନଭେନସନରେ ବାଙ୍ଗାଲୋରର ଷ୍ଟାର ହୋଟେଲ ଲା’ ମାରିଡେନରେ ମଙ୍ଗଳବାର ରାତିରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବ ସହ ୪୧ତମ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଜାତୀୟ କନଭେନସନ ଉଦଯାପିତ ହୋଇଯାଇଛି । ଗତ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏସିଆନ ଗେମ୍ସରେ ଦୁଇଟି ରୌପ୍ୟ ଜିତିଥିବା ଧାବିକା ଦୂତୀ ଚାନ୍ଦ ଏବଂ ସବୁଠାରୁ ବେଶୀ ଏଥିରେ ବିଶ୍ୱ ପ୍ରତିଯୋଗିତା ଜିତିଥିବା କ୍ୟୁ ସ୍ପୋର୍ଟସର ଚମ୍ପିଆନ ଖେଳାଳି ପଙ୍କଜ ଆଡଭାନୀ ଏବଂ ହକି ତାରକା ଏସଭି ସୁନୀଲ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏବର୍ଷ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତିନୋଟି ପୁରସ୍କାର ହାସଲ କରିଛି । ଟେନପିନ ବୋଲିଂରେ ଓସଜାର ୩ଜଣିଆ ଦଳ- ସଂବିତ ମହାପାତ୍ର, ସୁକେଶ ବେହେରା ଏବଂ ଜଗଦୀଶ୍ୱର ଦାସ ବ୍ରୋଞ୍ଜ ପଦକ ପାଇଛନ୍ତି । ଏହି ପ୍ରତିଯୋଗିତାର ସେମି ଫାଇନାଲରେ ଟାଣୁଆ ଓ ପରେ ଚମ୍ପିଆନ ହୋଇଥିବା ବାଙ୍ଗାଲୋର କ୍ରୀଡ଼ା ସାମ୍ବାଦିକଙ୍କ ପାଖରୁ ହାରି ତୃତୀୟ ସ୍ଥାନ ପାଇଥିଲା ।

ତିନୋଟି ମ୍ୟାଚରେ ଓଡ଼ିଶା ଦଳ ୩୫୫, ୩୫୫ ଏବଂ ୩୩୪ ସ୍କୋର କରି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । ଟେନପିନ ବୋଲିଂ ଭାରତୀୟ ସଂଘର ଉପସଭାପତି ପରଭେଜ ଅହମ୍ମଦ ପ୍ରଦାନ କରିଥିଲେ ପଦକ । ସେହିପରି ସଂବିତ, ସୁକେଶ ଓ ଜଗଦୀଶ୍ୱରଙ୍କୁ ନେଇ ଗଠିତ ଦଳ ପେନାଲଟି କିକରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଛି । ପଙ୍କଜ ଆଡଭାନୀ ଏହି ପଦକ ପ୍ରଦାନ କରିଥିଲେ । ତୃତୀୟ ସଫଳତା ପାଇଛନ୍ତି ସୁକେଶ ।

ଜେକେ ବୋଷ ଟ୍ରଫିର ପ୍ରଥମ ମ୍ୟାଚରେ ଉତ୍ତରାଞ୍ଚଳ ବିପକ୍ଷରେ ସେ ୨ଛକା ସହ ଅପରାଜିତ ୫୨ ଏବଂ ବୋଲିଂରେ ଗୋଟିଏ ୱିକେଟ ପାଇଥିବା ସୁକେଶ ବେହେରାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ଗୌରବ ଦୂତୀ ଚାନ୍ଦ ଓଡ଼ିଆ କ୍ରୀଡ଼ା ସାମ୍ବାଦିକମାନଙ୍କର ଏହି ସାଫଲ୍ୟରେ ଆନନ୍ଦିତ ହୋଇ ଷ୍ଟେଜ ଉପରକୁ ଯାଇ ଏକାଠି ଫଟୋ ଉଠାଇଥିଲେ । ପୁରସ୍କାର ପାଇଥିବା ୩ ସାମ୍ବାଦିକଙ୍କ ସହ ଓସଜାର ସମ୍ପାଦକ ସନାତନ ପାଣି ଓ ଉପସଭାପତି ସୁରେଶ ସ୍ୱାଇଁ ମଧ୍ୟ କନଭେନସନରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.