Latest Odisha News

BREAKING NEWS

ରାସ୍ତାକଡ଼କୁ ଓଲଟିଲା OSRTC ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭୁବନେଶ୍ୱର: ଆଜି ସକାଳେ ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ଏକ OSRTC ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ବସଟି ଅନୁଗୁଳର ସମଲ ଥାନାର କଣିହା ବ୍ଲକ୍ ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ବୁରୁକୁନା ଛକ ନିକଟରେ ଓଲଟି ପଡ଼ିଥିଲା।

ସୂଚନା ଅନୁଯାୟୀ, ବସ୍ ରେ ୩୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଅପରପକ୍ଷରେ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସେହିପରି ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.