ଭୁବନେଶ୍ଵର: ପ୍ରକାଶ ପାଇଲା ୨୦୨୪ ବର୍ଷର OSSTET ରେଜଲ୍ଟ । ମୋଟ୍ ୪୮୦୦୧ ଜଣ OSSTET ପରୀକ୍ଷା ଦେଇଥିଲେ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ । ୱେବ୍ ସାଇଟ୍ରୁ ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ୍ କରିପାରିବେ ପରୀକ୍ଷାର୍ଥୀ ।
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୪ ବର୍ଷର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଫଳ ଆଜି ପ୍ରକାଶ ପାଇଛି। www.bseodisha.ac.inରେ ପରୀକ୍ଷାର୍ଥୀମାନେ ଓଏସଏସଟିଇଟି-୨୦୨୪ ପରୀକ୍ଷାଫଳ ଜାଣିପାରିବେ।
କେମିତି କରିବେ ଚେକ୍:
ପ୍ରଥମେ ଓଏସଏସଟିଇଟିର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍ କରନ୍ତୁ । ସେଥିରେ ନିଜ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ଦିଅନ୍ତୁ । ଏହାପରେ ଲଗ୍ ଇନ୍ ଅଫସନ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ସ୍କ୍ରିନ୍ ରେ ଦୃଶ୍ୟମାନ ହେଉଥିବା ‘ଓଏସଏସଟିଇଟି ରେଜଲ୍ଟ ୨୦୨୫’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍ ରେ ଦେଖାଯିବ । ଏହାକୁ ଆପଣ ଡାଉନଲୋଡ କରି ନିଜର ରେଜଲ୍ଟ ଦେଖିପାରିବେ ।
Comments are closed.