Latest Odisha News

BREAKING NEWS

ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ

ଭୁବନେଶ୍ବର: ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ । ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ । ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସହିଦନଗର ସ୍ଥିତ ‘ନିମନ୍ତ୍ରଣ’ରେ ପଣା ପ୍ରସ୍ତୁତି ପର୍ବ ବହୁ ଆଡମ୍ବରରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ମିଳିତ ଆନୁକୂଲ୍ଯରେ ଆୟୋଜନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ ଯେ ଓଡିଶାର ସଂସ୍କୃତି ସହ ପଣା ଅଙ୍ଗାଅଙ୍ଗୀ ଭାବେ ଜଡିତ । ଖୁସିର ବିଷୟ ହେଉଛି ଓଡିଆ ମାନଙ୍କ ନବ ବର୍ଷ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି । କ୍ଷୀର, ଛେନା, ଗୁଡ, ବେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପାରମ୍ପରିକ ଭାବେ ଏହି ତୃଷ୍ଣା ମେଣ୍ଟାଉଥିବା ପାନୀୟ ପ୍ରସ୍ତୁତ କରାଯାଏ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ଏହି ଅବସରରେ ଶ୍ରୀ ପାତ୍ର ଜନପଥରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳ ଛତ୍ରର ଉଦଘାଟନ କରିଥିଲେ । ଏହାଦ୍ବାରା ପଥଚାରୀ ମାନେ ଦେୟମୁକ୍ତ ଭାବେ ପାଣି ପିଇ ପାରିବେ । ସେହିଭଳି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ୩୦ଟି ସ୍ଥାନରେ ମଧ୍ୟ ଜଳଛତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ।

Leave A Reply

Your email address will not be published.