Latest Odisha News

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ରହିଛି ପାକିସ୍ତାନୀ ଲିଙ୍କ

ଭୁବନେଶ୍ୱର:ଓଟିପି ସେୟାରିଂ ମାମଲାରେ ନୂଆ ମୋଡ ।  ରହିଛି ପାକିସ୍ତାନୀ ଲିଙ୍କ । ଭାରତରୁ ତଥ୍ୟ ନେବାକୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲା ପାକିସ୍ତାନ ।  ଏସଟିଏଫ ଦେଲା ଏମିତି ସାଂଘାତିକ ତଥ୍ୟ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ । ଅଭିଯୁକ୍ତ ମାନିଛି, ପାକିସ୍ଥାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ  ଆଣିଥିଲା ୮୫ ଲକ୍ଷ । ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ଥାନ ଆକାଉଣ୍ଟରୁ ଆସିଥିଲା   ଏହି ଟଙ୍କା । ଏହାବ୍ୟତୀତ ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ବି ସୁରାକ ଦେଇଛି ଅଭିଯୁକ୍ତ ।

ଭାରତର ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଖର୍ଚ୍ଚ କରିଥିଲା ପାକିସ୍ତାନ । ଅଭଯୁକ୍ତର ସିଡିଆର ରିପୋର୍ଟରୁ ଏସଟିଏଫ ଜାଣିବାକୁ ପାଇଛି, ଅଭିଯୁକ୍ତ ଦିନକୁ ୧୦ରୁ ଅଧିକ ଥର ପାକିସ୍ତାନକୁ କଲ କରୁଥିଲା । ଫୋନ ଏବଂ ସିମ ବଦଳାଇ ସେ କଲ କରୁଥିଲା । ଏପରିକି ଅଭିଯୁକ୍ତର ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ହମିଦ ଖୁରମଙ୍କ ସହ ବି ଯୋଗାଯୋଗରେ ରହୁଥିଲା । ପୋଲିସ ଆଖିରେ ଧୂଳି ଦେଇ ବେଶ ଚାଲାକିର ସହ ଏସବୁ କାମ କରୁଥିଲା ଇକବାଲ

ଇକବାଲର ଘର ଆସମରେ । ହେଲେ ସେ ବେଙ୍ଗାଲୁରରେ ରହୁଥିଲା । ହେଲେ ଓଟିପି ସେୟାରିଂ ମାମଲାରେ ପଠାଣି ଓ ଅଭିଜିତ ସଂଞ୍ଜୟ ଗିରଫ ହେବା ପରେ ସେ ଫେରାର ହୋଇ ଯାଇଥିଲା । ପ୍ରତିଦିନ ସେ ସିମ ବଦଳାଉଥିଲା ଏବଂ ମୋବାଇଲ ବି ବଦଳାଉଥିଲା ।

Comments are closed.