Latest Odisha News

BREAKING NEWS

ମଙ୍ଗଳବାରକୁ ଘୁଞ୍ଚିଲା ଓଟିଭି ସିଏଫ୍ଓଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା । ମଙ୍ଗଳବାର ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନର ଶୁଣାଣି ହେବ। ସୋମବାର ମନୋରଞ୍ଜନ ଷଡଙ୍ଗୀଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଥିଲା ।

ଅନ୍ୟପଟେ ପୁଣି ମୁହଁ ଖୋଲିଛନ୍ତି ମନୋରଞ୍ଜନ ଷଡଙ୍ଗୀଙ୍କ ଶାଳକ ହରିହର ମିଶ୍ର । ତଦନ୍ତ ପ୍ରକ୍ରିୟା ଉପରେ ଆମର ବିଶ୍ୱାସ ରହିଛି । ଇନଫ୍ରାଟେକ୍ କମ୍ପାନୀରେ ବୈଜୟନ୍ତଙ୍କର ୭୫ ପ୍ରତିଶତ ସେୟାର, ଜଗି ପଣ୍ଡାଙ୍କର ୧୦ ପ୍ରତିଶତ ସେୟାର, ଓଡିଶା ଟିଭିର ୧୦ ପ୍ରତିଶତ ସେୟାର, ସାଢ଼େ ୪ ପ୍ରତିଶତ ସେୟାର ପଣ୍ଡା ଇନଭେଷ୍ଟମେଣ୍ଟ କମ୍ପାନୀର ରହିଛି । ବୈଜୟନ୍ତ ଓ ଜଗି ହେଉଛନ୍ତି ବଡ଼ମାଛ । ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଜମି ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ହରିହର କହିଛନ୍ତି ।

ସୂଚନା ଯୋଗ୍ୟ, ଗତ ୧ ତାରିଖ ଦିନ ମନୋରଞ୍ଜନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଗିରଫ ହେବା ପରେ ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ପଦରୁ ମନୋରଞ୍ଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ମନୋରଞ୍ଜନଙ୍କ ସମ୍ପର୍କୀୟ ଏହି ସୂଚନା ଦେଇଛନ୍ତି । ମନୋରଞ୍ଜନ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ପଦ ସହ ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.