Latest Odisha News

BREAKING NEWS

ଦେବତାଙ୍କ ଆଶିଷ ଲାଭ ପାଇଁ ଆଙ୍ଗୁଠି କାଟୁଥିଲେ ପ୍ରାଚୀନ ମଣିଷ

ନୂଆଦିଲ୍ଲୀ: ଆଜିକାଲି ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଲୋକେ ଅନ୍ୟଠୁ ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ ଆଉ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି । ଆଉ କେହି କେହି ନକଲି ସିଙ୍ଗ ମଧ୍ୟ ଲଗାଉଛନ୍ତି । ଇଏ ତ ରହିଲା ଆଧୁନିକ ଯୁଗର କଥା । ହେଲେ ଏକବିଂଶ ଶତାବ୍ଦୀରେ ଫ୍ୟାଶନ ପାଇଁ ଲୋକେ ନିଜ ହାତର ଗୋଟିଏ ଆଙ୍ଗୁଠି କାଟି ଦେଉଥିଲେ । ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ।

ଅଧ୍ୟୟନନୁସାରେ, ପ୍ରାଚୀନ ପ୍ରସ୍ତର ଯୁଗରେ ପଶ୍ଚିମ ୟୁରୋପରେ ଉଭୟ ପୁରୁଷ ଓ ମହିଳାମାନେ ଧାର୍ମିକ ରୀତିନୀତକୁ ମାନୁଥିଲେ । ଏମିତି କି ନିଜ ନିଜ ଆଙ୍ଗୁଠି ବି କାଟି ଦେଉଥିଲେ । ଏହାର ପ୍ରମାଣ ମଧ୍ୟ ମିଳିଛି । ଗୁମ୍ଫାମାନଙ୍କରେ ସେମାନେ ଶତାଧିକ ହାତଛାପ ଚିହ୍ନଟ କରିଛନ୍ତି, ଯେଉଁଥିରେ ଲୋକଙ୍କ ହାତର ଗୋଟିଏ ଆଙ୍ଗୁଳି ନାହିଁ । କାନାଡାର ଭ୍ୟାଙ୍କୁଭରରେ ସାଇମନ ଫ୍ରେଜର ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ ପ୍ରଫେସର ମାର୍କ କୋଲାର୍ଡ କହିଛନ୍ତି, ପ୍ରାଚୀନ ପ୍ରସ୍ତର ଯୁଗରେ ଲୋକମାନେ ଦେବତାଙ୍କ ଆଶିଷ ଲାଭ ପାଇଁ ଧାର୍ମିକ ପରମ୍ପରା ନାମ ଦେଇ ନିଜର ଆଙ୍ଗୁଠି କାଟୁଥିଲେ । କୋଲାର୍ଡ ନିକଟରେ ୟୁରୋପିଆନ ସୋସାଇଟି ଫର ହ୍ୟୁମାନ ଇଭୋଲ୍ୟୁ ସନେରେ ଉକ୍ତ ଅଧ୍ୟୟନର ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ଫ୍ରାନ୍ସ ଓ ସ୍ପେନର ୨୫ହଜାର ବର୍ଷ ପୁରୁଣା ହାତର ଛାପ ଥିବା ଚିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରାୟ ପ୍ରତ୍ୟେକ ୨୦୦ ଚିତ୍ରରେ ଲୋକଙ୍କର ଗୋଟିଏ ଆଙ୍ଗୁଳି ନ ଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, କିଛି ଚିତ୍ରରେ ଆଙ୍ଗୁଳିର ଉପର ଅଂଶ ଉଭାନ ରହିଛି ।

Comments are closed.