Latest Odisha News

ଥାନାରେ ଜମିଛି ମଦର ଆସର, ଭାଇରାଲ ଭିଡିଓରେ ପୋଲିସ କର୍ମଚାରୀ ଜଣଙ୍କ କିଏ କି?

ଢେଙ୍କାନାଳ: ଅଫିସ କାର୍ଯ୍ୟାଳୟରେ ଜମିଛି ମଦର ଆସାର। ପାଖରେ ଇଲେକ୍ଟି ଚୁଲାରେ ଚାଲିଛି ଚାଖଣା ପ୍ରସ୍ତୁତି। ଆଉ ବୋତଲରୁ ଟିକେ ଟିକେ ଗ୍ଲାସରେ ମଦ ରଖାଯାଇ ପେଗ୍ ପ୍ରସ୍ତୁତ କରାଯାଇଛି। ମୋଟଙ୍ଗା ଥାନାର ଜଣେ କନେଷ୍ଟବଳ ନିଜ କାର୍ଯ୍ୟାଳୟ ଭିତରେ ମଦ ପିଇବା ସମୟରେ ଏକ ଭିଡିଓରେ ନଜର ଆସିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବେଆଇନ୍ କାମ ବାବଦରେ ଜଣାପଡ଼ିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲିସ କର୍ମଚାରୀ ଜଣକ ତାଙ୍କର ଦୁଇ ଜଣ ପରିଚିତଙ୍କ ସହ ଏକ ଟେବୁଲ୍ ଆଗରେ ବସି ମଦ ଭର୍ତ୍ତି ଗ୍ଲାସ୍ ଓ ସେଥିରେ ରଖାଯାଇଥିବା ଚାଖଣାକୁ ଖାଉଛନ୍ତି। ଫାଇଲ୍ କିମ୍ବା ଅନ୍ୟ କୌଣସି ସରକାରୀ କାଗଜପତ୍ରର ପତ୍ତା ମିଳୁନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ଖାକି ପୋଷାକର ଏକ ଦଉଡ଼ିରେ ଝୁଲୁଥିବା ଦେଖିବାକୁ ମିଳୁଛି।

ଦେବବ୍ରତ ପ୍ରିୟରଞ୍ଜନ ସାହୁ ନାମକ ଏହି ପୋଲିସ କର୍ମଚାରୀ ଜଣକ ମଦ ପିଇବା ପାଇଁ ପେଗ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ଆଉ ଜଣେ ବ୍ୟକ୍ତି ତାଙ୍କ ପାଖରେ ଥିବା ଇଣ୍ଡକ୍ସନ କୁକରରେ ଫ୍ରାଏଡ୍ ଚିକେନ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଛନ୍ତି। ତେବେ ଏହି ଘଟଣା କେବେ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଭାଇରାଲ ଭିଡିଓରେ କୌଣସି ଅଡିଓ ନାହିଁ। ଏଣୁ ମଦ ପିଇବା ପଛର କାରଣ ଅସ୍ପଷ୍ଟ ରହିଛି।

Comments are closed.