Latest Odisha News

BREAKING NEWS

[ଭିଡ଼ିଓ] ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ, ୧୭୨ ଗ୍ରାମ ବ୍ରାଉନସୁଗର ଜବତ

ପୁରୀ: ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ପୁରୀ । ଆଜି ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି‌  ।

ଏହାସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରାଯାଇଛି । ବ୍ରାଉନସୁଗର କାରବାରର ଏହି ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର‌ ସୁବାଷ କୁମାର ଦାସ, ୱଟର ୱର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା ।

ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଏସପି କେ. ବିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିବ ବୋଲି ଅତିରିକ୍ତ ଏସପି କହିଛନ୍ତି।

Comments are closed, but trackbacks and pingbacks are open.