Latest Odisha News

BREAKING NEWS

ଗତ ୨ ମାସରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଯୋଗୁଁ ଦେଶରେ ୨.୨୭ କୋଟି ଲୋକ ଚାକିରି ହରାଇଛନ୍ତି। ଏ ନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଇଓ ମହେଶ ବ୍ୟାସ ସୂଚନା ଦେଇଛନ୍ତି। “ଦେଶରେ ମୋଟ ଚାକିରୀ ସଂଖ୍ୟା ୪୦ କୋଟି ରହିଛି। ଏହି ୪୦ କୋଟି ଲୋକଙ୍କ ମଧ୍ୟରୁ ଗତ ୨ ମାସ ମଧ୍ୟରେ ୨.୨୭ କୋଟି ଚାକିରି ହରାଇଛନ୍ତି।

ଚାକିରୀ ହରାଇଥିବା ଲୋକଙ୍କୁ ଚାକିରୀ ପାଇବା କଷ୍ଟକର ହୋଇପଡେ ବୋଲି ମହେଶ ବ୍ୟାସ ପୂର୍ବରୁ କହିଥିଲେ। ଅନୌପଚାରିକ କ୍ଷେତ୍ରର ଲୋକେ ଶୀଘ୍ର ଚାକିରି ପାଉଥିବା ବେଳେ, ଆନୁଷ୍ଠାନିକ କ୍ଷେତ୍ରରେ ଉନ୍ନତ ମାନର ଚାକିରି ସୁଯୋଗ ଫେରି ଆସିବାକୁ ଏକ ବର୍ଷ ଲାଗିଥାଏ।

ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ରାଜ୍ୟଗୁଡିକ ସାମର୍ଥ୍ୟ ଅନୁଯାୟୀ ଅର୍ଥନୈତିକ ପ୍ରତିବନ୍ଧକକୁ ସହଜ କରିବେ। ଚାକିରି କ୍ଷେତ୍ର ଉପରେ ଏହା ସକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ଅଛି।

ଏହି ସମୟରେ, ଏପ୍ରିଲ ମାସରେ ହୋଇଥିବା CMIE ସର୍ଭେ ଅନୁଯାୟୀ ଗତ ବର୍ଷ ମହାମାରୀ ଆରମ୍ଭରୁ ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଥିଲା।

Leave A Reply

Your email address will not be published.