Latest Odisha News

ଟ୍ରାକ୍ଟର ଓଲଟି ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ

ଯାଜପୁର: ୧୬ନଂ ଜାତୀୟ ରାଜପଥର ବନ୍ଦାଳ ବାଇପାସ୍ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଟ୍ରାକ୍ଟରରେ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ କାମ ସାରି ଘରକୁ ଫେରିବା ବେଳେ ଏପରି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ୩୦ରୁ ଉର୍ଦ୍ଧ୍ବ ଶ୍ରମିକ ବନ୍ଦାଳଠାରେ ଚାଷଜମିରେ କାମ ସାରି ଏକ ଟ୍ରାକ୍ଟର ଯୋଗେ ଛତିଆକୁ ଫେରୁଥିଲେ। ଏହି ସମୟରେ ବନ୍ଦାଳ ବାଇପାସ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ୧୦ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ମାନେ ଟ୍ରାକ୍ଟର ଡାଲାରେ ଯାଉଥିବା ସମୟରେ ଏହିଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

Comments are closed.