Latest Odisha News

ଚଳିତ ଥର ଦୁଇ ହଜାର ଡ୍ରୋନରେ ଆଲୋକିତ ହେବ ମହାକୁମ୍ଭ

ପ୍ରୟାଗରାଜ: ପ୍ରୟାଗରେ ମହାକୁମ୍ଭ ୨୦୨୫ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ କରାଯାଉଛି। ଏଠାରେ ମନ୍ଦିର, ଗଙ୍ଗା ଘାଟ, ପାର୍କ, ରାସ୍ତା ଏବଂ ଫ୍ଲାଏଓଭର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ଯ କରାଯାଉଛି।

ଏହି କ୍ରମରେ ୟୁପି ପର୍ଯ୍ୟଟନ ବିଭାଗ ପ୍ରଥମ ଥର ପାଇଁ ମହାକୁମ୍ଭରେ ଡ୍ରୋନ୍ ସୋ ଆୟୋଜନ କରିବାକୁ ଯୋଜନା ରଖିଛି। ଫଳରେ ଭକ୍ତମାନେ ସନ୍ଧ୍ୟାରେ ମହାକୁମ୍ଭ ମେଳା ଅଞ୍ଚଳର ଆକାଶରେ ଚମତ୍କାର ଦୃଶ୍ୟ ଦେଖିବାକୁ ପାଇବେ।

ଗୋଟିଏ ପଟେ ୟୁପି ଟୁରିଜିମ୍ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ୱାଟର ଆକ୍ଟିଭିଟି, ହଟ ଏୟାର ବେଲୁନ୍, ମହାକୁମ୍ବରେ ଲେଜର ଲାଇଟ୍ ସୋ ଭଳି କାର୍ଯ୍ୟକଳାପ ଆୟୋଜନ କରୁଥିବାବେଳେ ପ୍ରଥମ ଥର ପାଇଁ ଡ୍ରୋନ୍ ସୋ ମଧ୍ଯ ଆୟୋଜନ କରିବାକୁ ଯାଉଛି।

ପ୍ରାୟ ୨୦୦୦ ଆଲୋକୀକରଣ ଡ୍ରୋନ୍ ପ୍ରୟାଗରେ ମହାକୁମ୍ଭର ପୌରାଣିକ କାହାଣୀ ପ୍ରଦର୍ଶନ କରିବ। ଏଥିରେ ସମୁଦ୍ର ମନ୍ଥନ ଏବଂ ଅମୃତ କଳସ ବାହାରିବା ଦୃଶ୍ୟ ପ୍ରଦର୍ଶିତ ହେବ। ଏହାବ୍ୟତୀତ ପ୍ରୟାଗର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ମଧ୍ୟ ପ୍ରଦର୍ଶିତ ହେବ।

 

Leave A Reply

Your email address will not be published.