Latest Odisha News

୨୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ପଜିଟିଭ

ଡେରାଡୁନ୍‌: ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସର ପ୍ରାୟ ୨୩୦୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିମଧ୍ୟରୁ ୯୩ ପ୍ରତିଶତ ପୋଲିସ କର୍ମଚାରୀ କରୋନା ଟିକା ମଧ୍ୟ ନେଇଛନ୍ତି।

ରାଜ୍ୟରେ ୨,୩୮୨ ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ପାଞ୍ଚ ଜଣ ଅଧିକାରୀ କରୋନାରେ ପ୍ରାଣ ମଧ୍ୟ ହରାଇଛନ୍ତି।

ଏ ନେଇ ଉତ୍ତରାଖଣ୍ଡ ପୋଲିସ ଡିଜି କହିଛନ୍ତି ଯେ “ଉତ୍ତରାଖଣ୍ଡରେ ୨,୩୮୨ ଜଣ ପୋଲିସ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ଏତିକି ନୁହେଁ, ସେମାନଙ୍କ ପରିବାରର ୭୫୧ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ କରୋନାରେ ପାଞ୍ଚ ଜଣ କର୍ମଚାରୀଙ୍କ ସହ ସେମାନଙ୍କ ପରିବାରର ୬୪ ଜଣ ପ୍ରାଣ ହରାଇଛନ୍ତି।

Comments are closed.