Latest Odisha News

BREAKING NEWS

ପୋଲିସଠୁ ଲୁଚିଲାନି ଅଭିନବ ପ୍ରୟାସ, ଜବତ ହେଲା ୩.୭୫ କ୍ବିଣ୍ଟାଲ ଗଞ୍ଜେଇ

ସୁବର୍ଣ୍ଣପୁର: ଚାଲାକି କରି ଲୁହାରଡ ତଳେ ରଖି ଚାଲୁଥିଲା ଗଞ୍ଜେଇ ଚାଲାଣ । ହେଲେ ଧରିଦେଲା ପୋଲିସ ।ଏଭଳି କିଛି ଘଟଣା ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ । କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ କୁଞ୍ଜ ଛକରୁ ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହିତ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।  ସେମାନେ ହେଲେ ମଧ୍ୟପ୍ରଦେଶର ବିଜୟ ଗାଓ୍ବଲେ ଏବଂ ବିନୋଦ ମାଝୀ ।

ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ସୁବର୍ଣ୍ଣପୁର ପୋଲିସ । ଏହାପରେ କୁଞ୍ଜ ଛକରେ ଜଗି ରହି ବଡ ସଫଳତା ହାସଲ କରିଛି ପୋଲିସ ।

Leave A Reply

Your email address will not be published.