ନୂଆଦିଲ୍ଲୀ: ମେ’ ପହିଲାରେ ମହାମାରୀ ମାରିଲା ଲମ୍ବା ଲମ୍ଫ । ଦେଶରେ ନୂଆ ବିଶ୍ୱ ରେକର୍ଡ କରିଛି ଦୈନିକ ସଂକ୍ରମଣ । ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୨ହଜାର ୯୯୩ ପଜିଟିଭ୍ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । କରୋନା କାୟା ପରଠୁ ସାରା ବିଶ୍ୱରେ ଆଜି ସର୍ବାଧିକ ସଂକ୍ରମିତ ଭାରତରୁ ଚିହ୍ନଟ ହୋଇଛନ୍ତି । ଏଥିରୁ ଅନୁମାନ କରାଯାଇପାରେ କରୋନାର ସେକେଣ୍ଡେ ଓ୍ୱେଭ୍ କେତେ ସାଂଘାତିକ ରୂପ ନେଇଛି ।
ଦୈନିକ ମୃତ୍ୟୁସଂଖ୍ୟା ବି ବ୍ରେକ ଲାଗୁନି । ଲଗାତାର ଚତୁର୍ଥ ଦିନରେ ସାରା ଦେଶରୁ ୩୫ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ୩ହଜାର ୫୨୩ ଜୀବନ ନେଇଛି କରୋନା । ମହାମାରୀ ନେଲାଣି ମୋଟ୍ ୨ଲକ୍ଷ ୧୧ହଜାର ୮୫୩ ଜୀବନ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୧କୋଟି ୫୬ଲକ୍ଷ ୮୪ହଜାର ୪୦୬ ଆକ୍ରାନ୍ତ । ଏବେ ଦେଶରେ ୩୨ଲକ୍ଷ ୧୧ହଜାର ୮୫୩ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.