ମୁମ୍ବାଇ: ମୁମ୍ବାଇ-ନାଗପୁର ରାଜପଥରେ ୫୦ରୁ ଅଧିକ ଗାଡି଼ ପଙ୍କଚର ହୋଇପଡିଛି। ଏକ ଲୁହାର ବୋର୍ଡ ଯୋଗୁଁ ରାଜପଥରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି।
ଡିସେମ୍ବର ୨୯ରେ ରାତି ପ୍ରାୟ ୧୦ଟା ସମୟରେ ୱାସିମ ଜିଲ୍ଲାର ମାଲେଗାଓଁ ଏବଂ ଭାନୋଜା ଟୋଲ ପ୍ଲାଜା ମଧ୍ୟରେ ଗାଡି଼ ଗୁଡି଼କ ପଙ୍କଚର ହୋଇଯାଇଥିଲା। ଯାହାଫଳରେ ରାଜପଥରେ ଏକ ଲମ୍ବା ଟ୍ରାଫିକ ଜାମ ହୋଇଥିଲା। ଯାତ୍ରୀମାନେ କୌଣସି ସାହାଯ୍ୟ ନ ପାଇ ରାତିସାରା ରାଜରାସ୍ତାରେ ଫସି ରହିଥିଲେ। ସେହିପରି କାର୍ ସମେତ କିଛି ଟ୍ରକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସିରହିଥିଲା ବୋଲି ଜଣାଯାଇଛି।
ଅପରପକ୍ଷରେ ଲୁହାର ଏହି ବୋର୍ଡ ଆପେଆପେ ଖସିପଡିଛି ନା କେହି ଦୁର୍ଘଟଣା ଘଟାଇବା ପାଇଁ ଏଭଳି କରିଛି, ସେନେଇ ଅନୁସନ୍ଧାନ କରାଯାଉଛି।
Comments are closed.