Latest Odisha News

BREAKING NEWS

କରୋନା ଦ୍ୱିତୀୟ ତରଙ୍ଗ ଯୋଗୁ ଅନାଥ ହେଲେଣି ୫୦୦ରୁ ଅଧିକ ଶିଶୁ

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାରେ ବୃଦ୍ଧି ଯୋଗୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି। ଏହାର ଅଧିକ ପ୍ରଭାବ ପଡ଼ିଛି ଶିଶୁମାନଙ୍କ ଉପରେ। କରୋନା ଜନିତ ମୃତ୍ୟୁ ଯୋଗୁ ଭାରତରେ ପ୍ରାୟ ୫୦୦ରୁ ଅଧିକ ଶିଶୁ ଅନାଥ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ର ଅନୁଯାୟୀ ୫୭୭ ପିଲା ମହାମାରୀ ହେତୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି।

ଭାରତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିସାରିଲାଣି। ଆମେରିକା ଏବଂ ବ୍ରାଜିଲ ପରେ ସର୍ବାଧିକ କୋଭିଡ ମୃତ୍ୟୁ ହୋଇଥିବା ତୃତୀୟ ଦେଶ ତାଲିକାରେ ରହିଛି ଭାରତ।

ସୂଚନାନୁସାରେ, ଏହି ପିଲାମାନେ ବର୍ତ୍ତମାନ ସେମାନଙ୍କର ନିକଟ ସମ୍ପର୍କୀୟ କିମ୍ବା ଅନ୍ୟ ପରିବାର ସଦସ୍ୟଙ୍କ ସହ ରହୁଛନ୍ତି। କେନ୍ଦ୍ର ସରକାର ଏହି ସବୁ ଅନାଥ ପିଲାମାନଙ୍କୁ ରାଜ୍ୟ ସରକାରଙ୍କ ସମନ୍ୱୟରେ ନିରନ୍ତର ନଜର ରଖିଛନ୍ତି।

ଏହିପରି ଅନାଥ ପିଲାମାନଙ୍କର ଯତ୍ନ ଏବଂ ଉନ୍ନତି ପାଇଁ ଅଣ-ଅନୁଷ୍ଠାନିକ ଶିଶୁ ଯତ୍ନ ପାଣ୍ଠି ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Comments are closed.