ନୂଆଦିଲ୍ଲୀ: ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ବନ୍ଧୁତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ପବିତ୍ର ରମଜାନ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ୧୨୯୫ ଜଣ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍ ୧୫୧୮ ଜଣ କଏଦୀଙ୍କୁ କ୍ଷମା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ୫୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି। ଯାହା ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ସମ୍ପର୍କକୁ ଦର୍ଶାଉଛି।
Comments are closed.