ପାଟଣା: ଆଗକୁ ବିହାରରେ ହେବାକୁ ଥିବା ନିର୍ବାଚନରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନରୁ ୫୨ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କାଟିଯାଇଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ୧୮.୬୬ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୬.୦୧ଲକ୍ଷ ସ୍ଥାୟୀ ଭାବରେ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି। ଅପରପକ୍ଷରେ ୭.୫ଲକ୍ଷ ଭୋଟର ଏକାଧିକ ସ୍ଥାନରେ ପଞ୍ଜୀକୃତ ଥିବା ନେଇ ମଧ୍ୟ ସୂଚନା ମିଳିଥିବା ବେଳେ ୧୧୪୮୪ ଭୋଟରଙ୍କ କୌଣସି ଖୋଜଖବର ମିଳିନାହିଁ।
୨୪ ଜୁନ୍ ୨୦୨୫ ସୁଦ୍ଧା ବିହାରର ମୋଟ ଭୋଟର ୭.୮୯ କୋଟି ଥିଲା ଯାହାକି ୬.୭୨ ପ୍ରତିଶତ ଅଟେ। SIR ଏକ ବିଶାଳ କର୍ମୀଙ୍କୁ ସଂଗ୍ରହ କରିଛି ଯେଉଁଥିରେ ୧୨ ପ୍ରମୁଖ ରାଜନୈତିକ ଦଳର ଜିଲ୍ଲା ନେତାମାନଙ୍କ ଦ୍ୱାରା ନିଯୁକ୍ତ ପ୍ରାୟ ୧୦୦୦୦୦ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ସମେତ ୪୦୦୦୦୦ ସ୍ୱେଚ୍ଛାସେବକ ଏବଂ ୧୫୦୦୦୦ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ମଧ୍ୟ ସାମିଲ ଅଛନ୍ତି। ତେବେ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ସଠିକ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ବର୍ତ୍ତମାନ୍ ସୁଦ୍ଧା ୭.୧୬କୋଟି ପଞ୍ଜିକରଣ ଫର୍ମ ସଂଗ୍ରହ କରାଯାଇଛି ଯେଉଁଥିରେ ୯୦.୬୭ ପ୍ରତିଶତ ମତଦାତା ସାମିଲ ଅଛନ୍ତି ଏବଂ ଏଥିମଧ୍ୟରୁ ୯୦.୩୭ ପ୍ରତିଶତ ମତଦାତାଙ୍କର ଡାଟା ଡିଜିଟାଲ୍ ଭାବରେ ଉପଲବ୍ଧ ରହିଛି।
ଏସବୁ ପରେ ମଧ୍ୟ ଆହୁରି ୨୧.୩୫ ଲକ୍ଷ ଫର୍ମ ଏପର୍ଯ୍ୟନ୍ତ ସଂଶୋଧିକରଣ ହୋଇପାରି ନାହିଁ। ତେଣୁ ଏହାର ସମାଧାନ ପାଇଁ କମିଶନ ଏହାର ସମୟସୀମାକୁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
Comments are closed.