ଗୌହାଟୀ: ଆସାମରେ ବନ୍ୟା ଯୋଗୁଁ ୩୦ ଜିଲ୍ଲାର ପାଖାପାଖି ୫୫ ଲକ୍ଷରୁ ଅଧିକ ଲୋକମାନେ ପ୍ରଭାବିତ ହୋଇଛନ୍ତି।
ଏହାଛଡା ୬୧୫ଟି ରିଲିଫ୍ କ୍ୟାମ୍ପ କରାଯାଇଥିବା ବେଳେ ପ୍ରାୟ ୧୦୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
ଏଭଳି ସ୍ଥିତିରୁ ବାଦ୍ ପଡିନି କାଜିରଙ୍ଗ ଜାତୀୟ ଅଭୟାରଣ୍ୟ । ଏହି ବନ୍ୟା ଯୋଗୁଁ ପାଖାପାଖି ୧୩୨ଟି ଜୀବଜନ୍ତୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତନ୍ମଧ୍ୟରେ ୧୪ ଗଣ୍ଡା, ୫ ଜଙ୍ଗଲୀ ମଇଁଷି, ୮ ଜଙ୍ଗଲୀ ବାରହା ଓ ଗୋଟିଏ ଶମ୍ବର ସହ ଅନେକ ପଶୁପକ୍ଷୀ ନିହତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ତଥା ସିଙ୍ଗର ନିକ୍ । ବନ୍ୟା ମୁକାବିଲା ଲାଗି ଆସାମ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
Comments are closed.