ବୌଦ୍ଧ: ଗୁହାଳରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୬୨ ମେଣ୍ଢା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଡାଶୀଙ୍ଗା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଗାଁର ଶୁକଦେବ କର୍ଣ୍ଣଙ୍କ ଗୁହାଳରେ ନିଆଁ ଲାଗି ୬୨ଟି ମେଣ୍ଢା ଜୀବନ୍ତ ଜଳିଯାଇଛନ୍ତି। ଖବର ପାଇ ଚାରିଛକ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସୁକଦେଵ କର୍ଣ୍ଣଙ୍କ ଚାଳ ଛପରରେ ନିର୍ମିତ ଗୁହାଳରେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ନିଆଁ ପୂରା ଗୁହାଳରେ ବ୍ୟାପିଯାଇଥିଲା। ଫଳରେ ଗୁହାଳଟି ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି।
ଗୁହାଳରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ହରଭଙ୍ଗା ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୬୨ଟି ମେଣ୍ଢା ସମ୍ପୂର୍ଣ୍ଣ ଜୀବନ୍ତ ଜଳିଯାଇଥିଲେ। କେବଳ ଦୁଇଟି ମେଣ୍ଢାଙ୍କର ଜୀବନ ରକ୍ଷା ପାଇ ଯାଇଥିବା ବେଳେ ସେମାନେ ଆହତ ହୋଇଛନ୍ତି।
ହରଭଙ୍ଗା ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ୨ମେଣ୍ଢାଙ୍କର ଚିକିତ୍ସା କରିଛନ୍ତି। ମେଣ୍ଢା ପାଳକ ସୁକଦେଵ କର୍ଣ୍ଣ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
Comments are closed.