Latest Odisha News

BREAKING NEWS

ଗଞ୍ଜେଇ, ଅଫିମ ସହ ୮କେଜି ୫୯୬ଗ୍ରାମ ସୁନା ଜବତ

ବ୍ରହ୍ମପୁର: ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଖଲ୍ଲିକୋଟ ଖଜାପଲ୍ଲୀରେ ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଘରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ। ତାଙ୍କ ଘରୁ ୩୪କେଜି ୯୪ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାସହ ୧୦କେଜିରୁ ଅଧିକ ଅଫିମ, ୭୫ଲକ୍ଷ ଟଙ୍କା ଏବଂ ୮କେଜି ୫୯୬ଗ୍ରାମ ସୁନା ଜବତ ହୋଇଛି।

ସୂଚନା ଅନୁଯାୟୀ, କୋଟିପତି ରଜନୀକାନ୍ତ ପଟ୍ଟନାୟକ ଅନେକ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିଲେ। କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ପଠାଉଥିଲେ। ଏହାସହ ନିଜ ସ୍କୁଟିରେ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି। ରଜନୀକାନ୍ତକୁ ପୋଲିସ ଗିରଫ କରିଥିବାବେଳେ ଏନଡ଼ିପିଏସ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.