Latest Odisha News

BREAKING NEWS

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି :କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ । ସେ ୬ ଦିନ ହେବ ନିଖୋଜ ଅଛନ୍ତି । ରାୟଗଡ଼ାର ସିରିଗୁଡିରେ ଧନଞ୍ଜୟ ସେଠୀ ଓ ତାଙ୍କ ପରିବାର ରୁହନ୍ତି । ସେ ଗତ ୨୨ ତାରିଖରୁ ନିଖୋଜ ଥିବା ସୂଚନା ମିଳିଛି । ଧନଞ୍ଜୟ ସେଠୀ ଭବାନୀପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁରକୁ ଯାଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି।ଏନେଇ ଥୁଆମୂଳ ରାମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଧନଞ୍ଜୟ ୨୨ ତାରିଖ ଦିନ ଅଫିସ କାମରେ ଭବାନୀପାଟଣା ରୁ ଥୁଆମୂଳ ରାମପୁର ଆସୁଥିଲେ ହେଲେ ଗୁଣୁପୁର ଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି। ଏହି ଅଞ୍ଚଳରେ ଜଙ୍ଗଲ ଥିବାରୁ ନେଟୱାର୍କ ଆସିନଥାଏ।

ହେଲେ ପରବର୍ତ୍ତୀ ସମୟରେ ତାଙ୍କର କୌଣସି ଖବର ନମିଳିବାରୁ ସହକର୍ମୀ ସ୍ୱରୂପ ସିଂହଦେଓ ଥୁଆମୂଳ ରାମପୁର ଥାନାରେ ଏତଲା ଦେଇଛନ୍ତି। ତାଙ୍କ ପୁଅ ଓ ପତ୍ନୀ ମଧ୍ୟ ଧନଞ୍ଜୟଙ୍କୁ ଖୋଜିବ ପାଇଁ ଉଦ୍ୟମ ଚଲାଇଛନ୍ତି। ଏହି ମାମଲାକୁ ପୋଲିସ ଗୁରୁତର ନେବା ସହ ତଦନ୍ତ ଜାରି ରଖିଛି।

Comments are closed.