Latest Odisha News

BREAKING NEWS

୭ ବର୍ଷରେ ୧୭ ଥର ଘରକୁ ଧକ୍କା ଦେଲାଣି ଗାଡ଼ି: ଘର ଛାଡ଼ିବାକୁ ବାଧ୍ୟ ହେଲେ ଲୋକେ

ନ୍ୟୁୟର୍କ : ମଣିଷ ନିଜ ଘରେ ନିଜକୁ ସବୁଠାରୁ ସୁରକ୍ଷିତ ମନେ କରିିଥାଏ । କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି ଏବଂ ତାଙ୍କ ପୁରା ପରିବାର ଘର ଭିତରେ ରହୁଥିଲେ ମଧ୍ୟ ଭୟଭୀତ ହୋଇ ଜୀବନ କାଟିବାକୁ ବାଧ୍ୟ ହେଉଥିଲେ । କାରଣ ସେ ଘର ଭିତରେ ରହିବା ଦ୍ୱାରା ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ସେମାନେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଆମେରିକାର ବାସିନ୍ଦା ୱିସ୍କୋସିନ୍ରେ ଜୁନିୟସ୍ ମେରୱିଜର । ନିଜର ଏକ ଘର ଥିଲେ ମଧ୍ୟ ସେ ଏହାକୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ୭ ବର୍ଷ ମଧ୍ୟରେ ୧୭ ଟି ଗାଡ଼ି ତାଙ୍କ ଘର ସହ ଧକ୍କା ହେଲାଣି । ଫଳରେ ଅନେକ ଥର ତାଙ୍କ ପରିବାର ସଦସ୍ୟ ଘର ବାହାରେ ରହିବାକୁ ପଡ଼ୁଛି ।
ଜୁନିୟସ୍ କହିଛନ୍ତି ଯେ, ପ୍ରତ୍ୟେକ ଥର ସେ ଘରର ମରାମତି କରୁଛନ୍ତି । ପରେ ଏକ ଗାଡ଼ି ଆସି ଘରକୁ ଧକ୍କା ଦେଉଛି । ଏହାକୁ ନେଇ ତାଙ୍କ ପୁରା ପରିବାର ଭୟଭୀତ ହୋଇପଡ଼ିଛନ୍ତି । ପରିବାରର ସୁରକ୍ଷା ପାଇଁ ସେ ସ୍ଥିର କଲେ ଯେ ଏଠାରେ ରହିବେ ନାହିଁ । ଶେଷରେ ବାଧ୍ୟ ହୋଇ ଘର ଛାଡ଼ି ଅନ୍ୟତ୍ର ଭଡ଼ା ନେଇ ରହୁଛନ୍ତି । ବାସ୍ତବରେ କହିବାକୁ ଗଲେ, ଘରଟି ରାସ୍ତାର କୋଣରେ ନିର୍ମିତ ହୋଇଛି । ଯେଉଁଠାରେ ରାସ୍ତା ବଙ୍କା । ଟର୍ନ ଏପରି ଯେ ହାଇ ସ୍ପିଡ୍ ଯାନ ଅଟକି ଯାଇ ସିଧା ଘର ସହିତ ଧକ୍କା ଦେଇଥାଏ । ଏନେଇ ସେ ପ୍ରଶାସନ ସହ ଆଲୋଚନା କରିଛନ୍ତି । ରାସ୍ତାର ସେହି ସ୍ଥାନରେ ଯାତାୟାତକୁ ମନ୍ଥର କରିବା ପାଇଁ କିଛି ବ୍ୟବସ୍ଥା କରାଯିବା ଉଚିତ, କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ ।

Leave A Reply

Your email address will not be published.