Latest Odisha News

BREAKING NEWS

ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର କଳାବଜାରି; ଗିରଫ ହେଲେ ବ୍ୟବସାୟୀ ନବନୀତ କାଲ୍ରା

ନୂଆଦିଲ୍ଲୀ: ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର କଳା ବଜାରି ଅଭିଯୋଗରେ ଦିଲ୍ଲୀ ବ୍ୟବସାୟୀ ନବନୀତ କାଲ୍ରାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଖବର ଅନୁଯାୟୀ ଗୁରୁଗ୍ରାମରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ କାଲ୍ରାଙ୍କୁ ଗିରଫ କରାଯାଇଛି।

ସମ୍ପ୍ରତି ଚଢାଉ ସମୟରେ କାଲ୍ରାଙ୍କ ମାଲିକାନାରେ ଥିବା ତିନୋଟି ରେସ୍ତୋରାଁର ଖାନ ଚାଚା, ନେଗା ଜୁ ଏବଂ ଟାଉନ ହଲରୁ ୫୨୪ଟି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ଉଦ୍ଧାର କରାଯାଇଥିଲା।

ମେ ୫ରେ, ଦିଲ୍ଲୀ ପୋଲିସ କାଲ୍ରାଙ୍କ ବିରୋଧରେ ଅନ୍ୟ ଅଭିଯୋଗ ମଧ୍ୟରେ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ମାମଲା ଦାୟର କରିଥିଲା।

Comments are closed.