ପୁରୀ : ପୁରୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି ରେଲଓ୍ବେ ବୋର୍ଡର ପିଏସି ସଦସ୍ୟ । ରେଲୱେ ବୋର୍ଡର ପିଏସି ସଦସ୍ୟ ଦିଲୀପ ମଲ୍ଲିକଙ୍କ ନେତୃତ୍ବରେ ୬ ଜଣ ସଦସ୍ୟ ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ । ରେଳବାଇର ସର୍ବଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ପୁରୀ ରେଳ ଷ୍ଟେସନ ଆସି ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ କରିଥିଲେ ।
ଷ୍ଟେସନର ସ୍ବଛତା, ବିଶ୍ରାମ ଗୃହ, ଯାତ୍ରୀଙ୍କ ଯିବା ଆସିବା, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା, ଫ୍ୟାନ୍, ଦିବ୍ୟାଙ୍କ ଓ ଅସୁସ୍ଥଙ୍କ ପାଇଁ ହ୍ବିଲ ଚେୟାର ଆଦି ସୁବିଧା ସମ୍ପର୍କରେ ଟିକିନିଖି ଯାଞ୍ଚ କରିଥିଲା କମିଟି । ଏହାଛଡା ଉପସ୍ଥିତ ଯାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତୃତ୍ବଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ । ପୁରୀ ରେଳ ଷ୍ଟେସନର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ଫଟୋ ଚିତ୍ରକୁ ଷ୍ଟେସନରେ ଡିସପ୍ଲେ ଜରିଆରେ ଦେଖାଇବାକୁ ଦାବି ହୋଇଛି ।
Comments are closed.