Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ୨ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ବରଗଡ଼: ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୨ ସ୍ୱାଧୀନପ୍ରାର୍ଥୀଙ୍କର ପ୍ରାର୍ଥପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଂଚ ବେଳେ ଏହି ଦାଖଲ ହୋଇଥିବା ଦଲିଲରେ ତ୍ରୁଟି ଥିବାରୁ ଦୁଇ ସ୍ୱାଧୀନପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବାତିଲ ହୋଇଛି । ଏହି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତ୍ରିଲୋଚନ ପାତ୍ର । ସେ କହିଛନ୍ତି ଯେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତ ଥାପା ଓ ଦେବବ୍ରତ ସୁନାନୀଙ୍କ ପ୍ରାର୍ôଥପତ୍ର ବାତିଲ ହୋଇଛି । ବାକି ୧୧ ଜଣ ପ୍ରାର୍ଥୀଙ୍କ ପ୍ରାର୍ôଥପତ୍ର ବୈଧ ରହିଛି ।

ଗୁରୁବାର ନାମାଙ୍କନର ଶେଷ ଦିନ ଥିଲା । ଏହି ସମୟପେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ୍ ୧୩ ଜଣ ପ୍ରାର୍ଥୀ ଦାଖଲ କରିଥିଲେ । ଯେଉଁଥିରୁ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଥିଲେ ।

ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଥିବା ବେଳେ ଓଡ଼ିଶା ଜନତା ପାର୍ଟିରୁ ମୁକ୍ତେଶ୍ୱର ଦାଶ ଓ ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୟନ୍ତ ଥାପା, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବନ୍ଦିଆ, ଦେବ ଚରଣ ନାୟକ, ଶେଷଦେବ ସାହୁ, ଦେବବ୍ରତ ସୁନାନୀ, ଗଙ୍ଗାଧର ସାହା ପ୍ରମୁଖ ରହିଛନ୍ତି ।

ଏବେ ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ଯଦି କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବେ ତାହେଲେ ଶେଷ ତାରିଖ ନଭେମ୍ବର ୨୧ ତାରିଖ ରହିଛି । ଆସନ୍ତା ୫ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ମୋଟ ୨.୫୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Leave A Reply

Your email address will not be published.