Latest Odisha News

BREAKING NEWS

ଘୋଷଣା ହେଲା ସମ୍ମାଜନକ ପଦ୍ମ ପୁରସ୍କାର, ୬ ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ସ୍ଥାପତ୍ୟ କଳା ପାଇଁ ଗୁଜରାଟର ବାଲକ୍ରୀଷ୍ଣ ଦୋଷୀ, କଳାରେ ମହାରାଷ୍ଟ୍ରର ଜାକିର ହୁସେନ୍, ସାର୍ବଜନିକ ବ୍ୟାପାର ପାଇଁ କର୍ଣ୍ଣାଟକର ଏସ୍. ଏମ୍. କ୍ରୀଷ୍ଣା, ମେଡିସିନରେ ପଶ୍ଚିମବଙ୍ଗର ଦିଲୀପ ମହାଲନାବିସ (ମରଣୋତ୍ତର), ବିଜ୍ଞାନରେ ଆମେରିକାର ଶ୍ରୀନିବାସ ବର୍ଦାନ ଓ ସାର୍ବଜନିକ ବ୍ୟାପାର ପାଇଁ ୟୁପିର ମୁଲାୟମ ସିଂ ଯାଦବ (ମରଣୋତ୍ତର) ପଦ୍ମ ବିଭୂଷଣ ପାଇବେ ।

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, କଳାରେ କ୍ରୀଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.