Latest Odisha News

BREAKING NEWS

୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, କଳାରେ କ୍ରୀଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

କେନ୍ଦୁଝରର ମାଗୁଣି ଚରଣ କୁଅଁର ପଦ୍ମଶ୍ରୀ ପାଇବେ । କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ସେ ପ୍ରସିଦ୍ଧ । ପୂର୍ବରୁ ତାଙ୍କୁ କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ପୁରସ୍କାର ମିଳିଛି । କାଠି କଣ୍ଢେଇ ନାଚ ପାଇଁ ଓଡ଼ିଶା ସରକାର ମାଗୁଣି କୁଅଁରଙ୍କୁ ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସେହିଭଳି ଢେଙ୍କାନାଳର ଲେଖର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ । କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗାଁର ଚାଷୀ ପଟାୟତ ସାହୁ ପଦ୍ମଶ୍ରୀ ପାଇବେ । ୨୦୨୧ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ପଟାୟତଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ । ପଟାୟତ କୌଣସି ରସାୟନିକ ସାର ପ୍ରୟୋଗ ନ କରି ପନି ପରିବା ଚାଷ କରୁଛନ୍ତି ।

Leave A Reply

Your email address will not be published.