Latest Odisha News

Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…

ନୂଆଦିଲ୍ଲୀ: ୨୬ ଜାନୁଆରୀ ୨୦୨୬ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୫ ଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।

ତେବେ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ମହିଳା ରହିଥିବା ନେଇ ଜଣାପଡିଛି। ବିଦେଶୀ ନାଗରିକ, ଅଣ-ଆବାସିକ ଭାରତୀୟ (NRI), ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (PIO) ଏବଂ ଭାରତୀୟ ପ୍ରବାସୀ ନାଗରିକ (OCI) ବର୍ଗର ୬ ଜଣ ବ୍ୟକ୍ତି ଏବଂ ୧୬ ଜଣ ସ୍ୱର୍ଗୀୟ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି।

ପଦ୍ମବିଭୂଷଣ ପୁରସ୍କାରପ୍ରାପ୍ତଙ୍କ ମଧ୍ୟରେ କଳା କ୍ଷେତ୍ରରେ ସ୍ବର୍ଗତ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲ ମହାରାଷ୍ଟ୍ର ରୁ ଅନ୍ତର୍ଭୁକ୍ତ ରହିଥିବା ବେଳେ ଜନସମ୍ପର୍କ କ୍ଷେତ୍ରରେ କେରଳ ରୁ କେ.ଟି. ଥମାସ ସାମିଲ ଅଛନ୍ତି। ସେହିପରି କଳା କ୍ଷେତ୍ର ରେ ଉତ୍ତରପ୍ରଦେଶରୁ ଏନ. ରାଜମ, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କେରଳରୁ ପି. ନାରାୟଣନ ଏବଂ ଜନସମ୍ପର୍କ କ୍ଷେତ୍ରରେ କେରଳରୁ ସ୍ବର୍ଗତ ଭି.ଏସ୍. ଅଚ୍ୟୁତନନ୍ଦନ ମଧ୍ୟ ସାମିଲ ଅଛନ୍ତି। କ୍ରୀଡା କ୍ଷେତ୍ରରେ ରୋହିତ ଶର୍ମାଙ୍କ ନାମ ସାମିଲ ରହିଛି।

ଏହାବ୍ୟତୀତ ଚଳିତ ବର୍ଷ ପଦ୍ମ ଭୂଷଣ ପାଇଁ ଘୋଷିତ ହୋଇଥିବା ନାମଗୁଡ଼ିକରେ ଗାୟକ ଅଲକା ୟାଗ୍ନିକ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଗବତ ସିଂ କୋଶାରି, ଅଭିନେତା ମାମୁତି, କାଲିପଟ୍ଟୀ ରାମାସମୀ ପାଲାନିସ୍ୱାମୀ, ଡ ନୋରୀ ଦତ୍ତାତ୍ରେଡୁ, ସ୍ବର୍ଗତ ପୀୟୁଷ ପାଣ୍ଡେ, ଏସ.କେ. ମିଲିଲାନନ୍ଦ, ସତାୱାଦନୀ ଆର ଗଣେଶ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶିବୁ ସୋରେନ, ଉଦୟ କୋଟାକ୍, ସ୍ବର୍ଗତ ଭିକେ ମାଲହୋତ୍ରା, ଭେଲାପ୍ପାଲି ନାଟସାନ୍ ଏବଂ ବିଜୟ ଅମୃତରାଜ ଭଳି ନାମ ଗୁଡ଼ିକ ସାମିଲ ରହିଛି।

 

Comments are closed.