ପୁରୀ:ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେବେ ତିନି ଠାକୁର । ପଦ୍ମଫୁଲରେ ସଜେଇ ହେବେ ଶ୍ରୀଜିଉ । ମାଘମାସ ଶୁକ୍ଲପକ୍ଷ ପ୍ରତିପଦାରୁ ପଂଚମୀ ମଧ୍ୟରେ ଯେଉଁ ବୁଧବାର ବା ଶନିବାର ପଡେ ସେହି ଦିନ ପଦ୍ମବେଶରେ ସଜେଇ ହୋଇଥାନ୍ତି ଶ୍ରୀଜିଉ । ଆଜି ମଧ୍ୟରାତ୍ରିରେ ଚନ୍ଦନଲାଗି ନୀତି ପରେ ବଡସିଂହାର ବେଶ ସମୟରେ ତିନି ଠାକୁରଙ୍କୁ ପଦ୍ମବେଶରେ ସଜିତ କରିବେ ସେବାୟତ । ଏହାପରେ ଶ୍ରୀଜିଉଙ୍କୁ ଖିରୀ ଓ ଅମାଲୁ ଭୋଗ କରିବା ପରମ୍ପରା ରହିଛି ।
ଏହି ବେଶ ପାଇଁ ସୋଲରେ ନିର୍ମିତ ପଦ୍ମ ପାଖୁଡାରୁ ତିନୋଟି ମୁଖ ତିଆରି ହୁଏ । ସୋଲ, ଜରି, କଦଳୀପଟା, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢ଼ୀ ତିଆରି କରାଯାଇଥାଏ । ପ୍ରତିବର୍ଷ ସିଂହଦ୍ୱାର ନିକଟରେ ଥିବା ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତି କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ ।
ଗୁୁରୁବାର ସକାଳେ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ । ପଦ୍ମବେଶ ଥାଇ ହିଁ ଠାକୁରଙ୍କ ପହୁଡ ନୀତି ହେବ । ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.