Latest Odisha News

BREAKING NEWS

ସାଗୁଆନ ଗଣ୍ଡି ଥିବା ପିକଅପ୍ ଭ୍ୟାନକୁ ଜବତ କଲା ବନ ବିଭାଗ; ୨ ଗିରଫ

ବରଗଡ:ସାଗୁଆନ ଗଣ୍ଡି ବୋଝେଇ ପିକଅପ୍ ଭ୍ୟାନ (OR _17k 6167)କୁ ଜବତ କରିଛି ପଦ୍ମପୁର ବନ ବିଭାଗ । ଶନିବାର ଜଗଦଳପୁର ଥାନାର ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ ପିକଅପ୍ ଭ୍ୟାନକୁ ଜବତ କରାଯାଇଛି । ଗାଡି ରେ ୧୭ଗଣ୍ଡି ସାଗୁଆନ ଓ ୫ଗଣ୍ଡି ଗମ୍ଭାରୀ ଗଛ ଥିଲା । ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ । ତେବେ ଉକ୍ତ ଗାଡି ଓ କାଠକୁ ଜବତ କରାଯାଇଛି ।

ଅଭିଯୁକ୍ତ ଦୁଇ ଜଣ ହେଲେ ଭେଉଁରିଆ ଗ୍ରାମର ପ୍ରେମରାଜ ସାହୁ ଓ ସରେଇକେଲା ଗ୍ରାମର ମନୋଜ ପଟେଲ ।

ପଦ୍ମପୁର ବନ ବିଭାଗ କେଶ ନମ୍ବର୧୧/୪ରେ ଏକ ମାମଲା ରୁଜୁ କରିଛି ଓ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.