Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ୨ ଦିନିଆ ଆଲୋଚନାଚକ୍ର ଆରମ୍ଭ

ଭୁବନେଶ୍ୱର : ରାଜଧାନୀରେ ଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ୨ ଦିନିଆ ସାଇ ମଡେଲ ୟୁନାଇଟେଡ ନେସନ ଆରମ୍ଭ ହୋଇଛି । ଏଥିରେ ୨୩ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଉତ୍ସବକୁ…

ସ୍ୱାଧୀନତାର ଏତେ ବର୍ଷ ଯାଏ ଘରେ ଜାତୀୟ ପତାକା ରଖିବାର ନଥିଲା ଅଧିକାର , ଜାଣନ୍ତୁ କାହିଁକିି

ନୂଆଦିଲ୍ଲୀ: ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ଵାଧୀନତା ଲାଭ କରିଥିଲା, କିନ୍ତୁ ବହୁ ବର୍ଷ ପର୍ଯ୍ୟନ୍ତ ସାଧାରଣ ନାଗରିକମାନଙ୍କୁ ନିଜ ଘର, ଅଫିସ କିମ୍ବା ବ୍ୟକ୍ତିଗତ ଅନୁଷ୍ଠାନରେ ଜାତୀୟ ପତାକା ଲଗାଇବାର ଅଧିକାର ନଥିଲା। ଏହି ଅଧିକାର କେବଳ ସରକାରୀ ଭବନ, ଅଫିସ ଓ ଖାସ ଜାତୀୟ ଅବସରଗୁଡ଼ିକ ପାଇଁ…

ବାର୍ଡ ଫ୍ଲୁ ଚିହ୍ନଟ: ଚାରି ହଜାରରୁ ଅଧିକ କୁକୁଡ଼ା ପୋତି ଦିଆଗଲା

ଖୋର୍ଦ୍ଦା: ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳର ମୁଣ୍ଡାମ୍ବା ଗାଁରେ ଏକ ବେସରକାରୀ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭାଇରସ୍ ଚିହ୍ନଟ ହୋଇଛି। ପ୍ରଶାସନ ଏ ନେଇ ପ୍ରମାଣ ପାଇବା ପରେ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି। ଗତ କିଛି ଦିନ ଧରି ଏହି ଅଞ୍ଚଳର କିଛି କୁକୁଡ଼ା…

ବିହାରର ଏକ ସ୍କୁଲରେ ନାଗ ଛାଡ଼ିଗଲା ମଣି ! ସତରେ କଣ ରହିଛି ନାଗମଣି ?

ନୂଆଦିଲ୍ଲୀ: ବିହାରର ମୁଜଫ୍ଫରପୁର ଜିଲ୍ଲାର ସାହେବଗଞ୍ଜ ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିଷାକ୍ତ ସାପ ଛାଡ଼ିଥିବା କଥିତ କ୍ରିଷ୍ଟାଲ ପରି ଦେଖାଯାଉଥିବା ଏକ ବସ୍ତୁ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବସ୍ତୁ ପ୍ଲାଷ୍ଟିକ ପରି ଦେଖାଯାଉଛି ଏବଂ ଏହାକୁ ଲୋକେ ‘ନାଗମଣି’ ବୋଲି…

ବ୍ରିଟେନ ପରେ ମାଳଦ୍ବୀପରେ ପହଞ୍ଚିଲେ ମୋଦି: ଓହ୍ଲାଇବା ମାତ୍ରେ ଏମିତି ପାଛୋଟି ନେଲେ ରାଷ୍ଟ୍ରପତି ମୁଇଜୁ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୟୁକେ ଗସ୍ତ ସମାପ୍ତ କରିବା ପରେ ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚିଛନ୍ତି । ମାଲେରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏପରି ଭବ୍ୟ ସ୍ୱାଗତ କରିଛନ୍ତି ଯେ ଏହାକୁ ଦେଖି ଚୀନ ଏବଂ ପାକିସ୍ତାନ ମଧ୍ୟ…

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି: ବନିଲେ ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ରାଜନୈତିକ ମାଇଲଖୁଣ୍ଟ ଅତିକ୍ରମ କରି ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏକ ନିରବଚ୍ଛିନ୍ନ କାର୍ଯ୍ୟକାଳରେ ଭାରତର ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ବନିଛନ୍ତି ମୋଦି । ମୋଦି ଜୁଲାଇ ୨୫, ୨୦୨୫ ସୁଦ୍ଧା…

ରାଜସ୍ଥାନରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ସ୍କୁଲ ଛାତ, ଚାପି ହୋଇଛନ୍ତି ଅନେକ ପିଲା, ୪ ମୃତ

ଝାଲଓ୍ବାର: ରାଜସ୍ଥାନ ଝାଲାଓ୍ବାର ଜିଲ୍ଲାର ମନୋହର ଥାନା ଅଞ୍ଚଳର ପିପ୍ଲୋଡି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠାର ଛାତ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି,…

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ଘରୁ ୧ କୋଟି ୪୪ ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ୍ ଓ ସୁନା କଏନ୍ ଜବତ

କୋରାପୁଟ: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍। ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ। ଭୁବନେଶ୍ୱର ରଘୁନାଥପୁରରେ ଥିବା ଭାଇ ଘରେ ମଧ୍ୟ ଚଢାଉ ଜାରି ରହିଛି। ଯାଞ୍ଚ ବେଳେ…

ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମୟୂରଭଞ୍ଜ: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ। ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ। ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଦିନକ ପାଇଁ ଛୁଟି ଘୋଷଣା…

ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ ଓଡ଼ିଆ…