Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ; କଳା ବ୍ୟାଜ ପିନ୍ଧି ମଇଦାନକୁ ଓହ୍ଲାଇବେ ଆଇପିଏଲ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ମଧ୍ୟରେ ସମଗ୍ର ଭାରତ ଶୋକରେ ବୁଡ଼ି ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଯାହା ସମସ୍ତଙ୍କୁ ମର୍ମାହତ କରିଛି। କ୍ରିକେଟ ଖେଳାଳୀ ମଧ୍ୟ ଶୋକ ପାଳନ କରୁଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପୀଡିତଙ୍କ ପ୍ରତି ସମବେଦନା ଜଣାଇବା ପାଇଁ କଳା ବ୍ୟାଜ ପିନ୍ଧି ଖେଳିବେ ବୋଲି ନିଷ୍ପତି ନେଇଛନ୍ତି। ଏହି ମ୍ୟାଚରେ କୌଣସି ଚିୟରଲିଡର୍ ରହିବେ ନାହିଁ। ଏପରିକି କୌଣସି ଆତସବାଜି ବ୍ୟବହାର କରାଯିବ ନାହିଁ।

ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦଳଗୁଡ଼ିକ ଏକ ମିନିଟ୍ ନୀରବ ମଧ୍ୟ ପାଳନ କରିବେ। ଏହି ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିନ୍ଦା କରାଯାଉଛି। ଏହି ଘଟଣାରେ ଭାରତୀୟ ଖେଳାଳିମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବିରାଟ କୋହଲି, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳି ଭାବପ୍ରବଣ ପୋଷ୍ଟ କରିଥିଲେ।

 

 

Comments are closed.