Latest Odisha News

BREAKING NEWS

କେଜ୍ରିୱାଲଙ୍କ ପାଇଁ ଦାମୀ ସାମଗ୍ରୀ କିଣିଥିଲି: ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୱାର୍ଟରରେ ସାଜସଜା ଉପକରଣର ଯାଂଚ କରିବା ପାଇଁ ସେ ଦାବୀ କରିଛନ୍ତି । ବିଭିନ୍ନ ନାମୀ ଦାମୀ କମ୍ପାନୀର ସାମଗ୍ରୀ କିଣିଥିବା ଏବଂ ଏହାକୁ କେଜ୍ରିୱାଲ ଓ ସତ୍ୟେନ୍ଦ୍ର ଜୈନଙ୍କ ନିକଟକୁ ପଠାଇଥିବା ସେ କହିଛନ୍ତି । ଏପରିକି ଏହାର ପ୍ରମାଣ ହ୍ୱାଟସଆପ ଫଟୋ ଓ ଫେସ ଟାଇମ ଚାଟରେ ଉଲ୍ଲେଖ କରିଛି । ଦକ୍ଷିଣ ଭାରତର ବ୍ୟବସାୟୀଙ୍କଠାରୁ ୯୦ ଲକ୍ଷ ଟଙ୍କା ବ୍ୟୟରେ ରୂପାର କ୍ରକେରୀ ସେଟ ମଧ୍ୟ କେଜ୍ରିୱାଲଙ୍କୁ ଦେଇଥିବା ଏବଂ ଏଥିପାଇଁ ଅର୍ଥ ଖର୍ଚ୍ଚ କରିଥିବା ସୁକେଶ ଦାବୀ କରିଛନ୍ତି । ଏଥିରେ ୧୫ଟି ପ୍ଲେଟ, ୨୦ଟି ରୂପା ଗ୍ଲାସ, ମୂର୍ତି, ରୂପା ଚାମଚ ସମେତ ୪୫ ଲକ୍ଷ ଟଙ୍କାର ୧୨ ସିଟର ଡାଇନିଂ ମଧ୍ୟ ରହିଛି ।

BjdElectrycity

ଅଧିକାଂଶ ସାମଗ୍ରୀ ଇଟାଲୀ ଓ ଫ୍ରାନ୍ସରୁ ମଗା ଯାଇଥିଲା । ମୁମ୍ବାଇ ଓ ଦିଲ୍ଲୀରେ ଏହାର ବିଲିଂ କରାଯାଇଥିଲା । କେଜ୍ରିୱାଲଙ୍କ ସରକାରୀ କ୍ୱାର୍ଟରକୁ ମୋ କର୍ମଚାରୀ ରିଷଭ ସେଟ୍ଟୀ ନେଇଥିଲେ ଏବଂ ଫିଟିଂ ମଧ୍ୟ କରାଇଥିଲେ । ପୂର୍ବରୁ ସରକାରୀ କ୍ୱାର୍ଟରର ଅତ୍ୟାଧୁନିକ ନେଇ ସମାଲୋଚିତ ହେଉଥିବା କେଜ୍ରିୱାଲ ଏବଂ ସୁକେଶଙ୍କ ପତ୍ର ଯୋଗୁ ଅଡୁଆରେ ପଡି ପାରନ୍ତି ବୋଲି ଅନୁମାନ କରାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.