ଭୁବନେଶ୍ୱର: ବ୍ରହ୍ମପୁର ଏବଂ ବିଶାଖାପାଟଣା ମଧ୍ୟରେ ଏକ୍ସପ୍ରେସ ଟ୍ରେନ ସେବା ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୧୨ ମଧ୍ୟରେ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ବୁଧବାର ଦିନ ସୂଚନା ଦେଇଛି।
ଅପ୍ ଲାଇନରେ ପେଣ୍ଡୁର୍ଟି ଏବଂ ସିଂହାଚଳମ ମଧ୍ୟରେ ବାଲାଷ୍ଟ କ୍ଲିନିଂ ମେସିନ (BCM) କାମ ପାଇଁ ଟ୍ରାଫିକ ଅବରୋଧକୁ ଦୃଷ୍ଟିରେ ରଖି ବାତିଲ ଥିବା ଟ୍ରେନଗୁଡ଼ିକ ହେଉଛି:-
୧୧.୦୯.୨୦୨୫ ଏବଂ ୧୩.୦୯.୨୦୨୫ ରେ ବ୍ରହ୍ମପୁର ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର – ବିଶାଖାପାଟଣା ଏକ୍ସପ୍ରେସ ବାତିଲ କରାଯିବ।
୧୦.୦୯.୨୦୨୫ ଏବଂ ୧୨.୦୯.୨୦୨୫ ରେ ବିଶାଖାପାଟଣା ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା – ବ୍ରହ୍ମପୁର ଏକ୍ସପ୍ରେସ ବାତିଲ କରାଯିବ।
ଏହି ସମୟରେ ଭାରତୀୟ ରେଳବାଇ ଉତ୍ତମ ଯାତ୍ରା ସୁବିଧା ପ୍ରଦାନ କରିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ କିଛି ସ୍ୱତନ୍ତ୍ର ଟ୍ରେନର ଚଳାଚଳକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସେଥିମଧ୍ୟରେ ରହିଛି-
ପୁରୀ – ପାଟନା – ପୁରୀ ସାପ୍ତାହିକ ସ୍ପେଶାଲ୍ (ଟ୍ରେନ୍ ନମ୍ବର ୦୮୪୩୯/୦୮୪୪୦)। ଟ୍ରେନ୍ ନମ୍ବର ୦୮୪୩୯ ପୁରୀ – ପାଟନା ସାପ୍ତାହିକ ସ୍ପେଶାଲ୍: ପ୍ରତି ଶନିବାର ପୁରୀରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍ ନମ୍ବର ୦୮୪୪୦ ପାଟନା – ପୁରୀ ସାପ୍ତାହିକ ସ୍ପେଶାଲ୍: ପ୍ରତି ରବିବାର ପାଟନାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ୱର – ଯଶବନ୍ତପୁର – ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ (ଟ୍ରେନ୍ ନମ୍ବର ୦୨୮୧୧/୦୨୮୧୨)
ଟ୍ରେନ୍ ନମ୍ବର ୦୨୮୧୧ ଭୁବନେଶ୍ୱର – ଯଶବନ୍ତପୁର ସାପ୍ତାହିକ ସ୍ପେଶାଲ୍: ପ୍ରତି ଶନିବାର ଭୁବନେଶ୍ୱରରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ। ସେହିପରି ଟ୍ରେନ୍ ନମ୍ବର ୦୨୮୧୨ ଯଶବନ୍ତପୁର – ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍: ପ୍ରତି ସୋମବାର ଯଶବନ୍ତପୁରରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ।
Comments are closed.